ରାଜଗାଙ୍ଗପୁର:05.05.2026:(ଉତ୍କଳ ସମାଚାର) ରବିବାର ସନ୍ଧ୍ୟା 7 ଟାରେ, ରାଜଗାଙ୍ଗପୁର SDPO ବିଭିତି ଭୂଷଣ ଭୋଇ ଏବଂ ସ୍ଥାନୀୟ ପୋଲିସ ଥାନା ଅଧିକାରୀ ବିଜୟ କିଶୋର ଦାସ ଏକ ପ୍ରେସ୍ ରିଲିଜ୍ ରେ ରାଜଗାଙ୍ଗପୁର ପୋଲିସ ଷ୍ଟେସନ୍ ପରିସରରେ IPL ସଟ୍ଟା ରୈକେଟ ର ପର୍ଦ୍ଦାଫାସ କରି ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଗୁପ୍ତ ସୂଚନା ଆଧାରରେ, ସୁନ୍ଦରଗଡ଼ ଆରକ୍ଷିକ ଅଧିକ୍ଷକ ଅମୃତପାଲ କୌର ରାଜଗାଙ୍ଗପୁରରେ ଚାଲିଥିବା IPL ବେଟିଂ ରାକେଟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜଗାଙ୍ଗପୁର ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଆରକ୍ଷିକ ଅଧିକ୍ଷକ ଙ୍କ ନିର୍ଦେଶକ୍ରମେ ତତ୍ତ୍ୱାବଧାନ ଏବଂ ମାର୍ଗଦର୍ଶନରେ ୦୩.୦୫.୨୦୨୬ ରେ ଏସଆଇ ଆର.କେ. ସେଠି, ଏସଆଇ ଅରୁଣ ବେହେରା, ଏଏସଆଇ ପି. କେ. ସେନାପତି, ଏଏସଆଇ ହେମନ୍ତ ଧୁରୁଆ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ଏକ ଦଳ ଗଠିତ କର ରାଜଗାଙ୍ଗପୁରରେ IPL ବେଟିଂ ରାକେଟକୁ ସଫଳତାର ସହ ପର୍ଦାଫାସ କରିଥିଲେ ଏବଂ IPL ବେଟିଂ ରାକେଟ ଚଳାଉଥିବା ଏବଂ ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ୦୫ ଜଣ ଗିରଫ କରି ରାଜଗାଙ୍ଗପୁର ପୋଲିସ ଷ୍ଟେସନକୁ ନେଆଯାଇଥିଲା ଓ ଏହି ପରିପ୍ରେକ୍ଷୀରେ, ରାଜଗାଙ୍ଗପୁର ପିଏସ୍ କେସ୍ ନଂ. ୨୫୭, ତାରିଖ ୦୩.୦୫.୨୦୨୬ ରେ ଧାରା ୩୧୮(୨) (୪)/୧୧୨(୨)/୩(୫) BNS/ଧାରା ୩ OPG ଆଇନ/ଧାରା ୯(୧) PROG ଆଇନ ଅନୁଯାୟୀ ୫ ଜଣ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ରଞ୍ଜନ କୁମାର ସା, ରାହୁଲ ସାହୁ, ସଞ୍ଜୟ କୁମାର ମିଶ୍ର, ଉମେଶ ସେଟା @ ସୋନୁ, ନିରଞ୍ଜନ ସାହୁ ଙ୍କ ନାମ ରେ ମାମଲା ରୁଜୁ କରାଯାଇଛି। ଏହି ସମସ୍ତ ଅଭିଯୁକ୍ତ ରାଉରକେଲା ଏବଂ ରାଜଗାଙ୍ଗପୁର ସହରର ବାସିନ୍ଦା ଅଛନ୍ତି , ଏହି ରାକେଟରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ବିଷୟରେ ସୂଚନା ମିଳିଛି ଏବଂ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉଛି ପୋଲିସ ଅଭିଯୁକ୍ତଙ୍କ ଠାରୁ ନଗଦ ଟଙ୍କା ୬,୦୦,୦୦୦/- (ଛଅ ଲକ୍ଷ)। ଅଭିଯୁକ୍ତଙ୍କ ତିନୋଟି ଆକାଉଣ୍ଟରୁ ୧୭,୬୧,୩୬୭/- ଟଙ୍କା ଫ୍ରିଜ୍ କରାଯାଇଛି। ମୋଟ ଟଙ୍କା – ୨୩,୬୧,୩୬୭/- ଟଙ୍କା। ୦୫ଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଲାପଟପ୍ ଜବତ କରାଯାଇଛି। ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ରୁ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି, ଏହି ମାନଙ୍କ ମଧ୍ୟରୁ ଅନେକ ଜଣାଶୁଣା ପରିବାରର ଲୋକ ବୋଲି କୁହାଯାଉଛି।ପୋଲିସ ସ୍ପଷ୍ଟ କରିଛି ଯେ ଅଞ୍ଚଳରେ ଅବୈଧ ଜୁଆ, ଅନଲାଇନ୍ ସଟ୍ଟା ଏବଂ ଅନ୍ୟାନ୍ୟ ଅବୈଧ କାର୍ଯ୍ୟକଳାପ ବିରୁଦ୍ଧରେ ଅଭିଯାନ ଜାରି ରହିବ। ଏପରି କାର୍ଯ୍ୟକଳାପରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

