ପାପଡାହାଣ୍ଡି -5:5:26-(ଉତ୍କଳ ସମାଚାର) ନବରଙ୍ଗପୁର ସାଂସଦଙ୍କ ପାପଡାହାଣ୍ଡି ବ୍ଲକ ପ୍ରତିନିଧି ତଥା ଗତ ସାଧାରଣ ନିର୍ବାଚନ ରେ ଡାବୁଗାଁ ରୁ ବିଜେପି ପାର୍ଥି ହୋଇଥିବା ଶାନ୍ତ, ସରଳ , ମିଷ୍ଟାଭାସୀ, ଦଳର ଯୁବ ଚେହେରା ସୋମନାଥ ପୁଜାରି ଙ୍କୁ ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ସମ୍ପାଦକ ଭାବେ ମନୋନୀତ କରାଯାଇଛି ଏହି ନୂତନ ନିଯୁକ୍ତି ପାଇଁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ,ସ୍ଥାନୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରୀଗାଁ ବିଧାୟକ ନରସିଂହ ଭତରା,ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପସଭାପତି ଲିଙ୍ଗରାଜ ଭତରା, ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାସ ଙ୍କ ସହିତ ସ୍ଥାନୀୟ ବିଜେପି ନେତୃତ୍ୱକୁ ଧନ୍ୟବାଦ ଦେଇଛନ୍ତି l ଏବଂ ଏହି ନୂତନ ପଦବୀରେ ସେ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କରିବେ ବୋଲି କହିଛନ୍ତି l

