ରାଉରକେଲା:5//5,(ଉତ୍କଳ ସମାଚାର) ଭିନ୍ନକ୍ଷମଙ୍କ ପାଇଁ ସମର୍ପିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ପକ୍ଷରୁ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ଭ୍ରାମ୍ୟମାଣ ନିଃଶୁଳ୍କ ଥେରାପି ଚିକିତ୍ସା ସେବା ପାଇଁ ଆସନ୍ତା ୮ ତାରିଖ ଦିନ ସେକ୍ଟର ୫ ସ୍ଥିତ ପାନ୍ଥନିବାସ ଠାରୁ ସକାଳ ୧୦ ଘଟିକା ସମୟରେ ଆରମ୍ଭ କରାଯିବ। ଟାଟା ପାୱାର ସହାୟତାରେ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଥେରାପି ସଙ୍ଗେ ସଙ୍ଗେ ଆବଶ୍ୟକୀୟ ପରାମର୍ଶ, ଔଷଧ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ। ଏଭଳି ଏକ ମହତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ରାଉରକେଲା ମହାନଗର ନିଗମର କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତାଗୀର , ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ମାନଙ୍କ ସାମାଜିକ ସୁରକ୍ଷା ବିଭାଗ ର ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା ଓ ଟାଟା ପାୱାର ସିଏସଆର ମୁଖ୍ୟ ଅରୁଣା ମାରାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବେ। ଏହା ସହ ବିଭିନ୍ନ ପଦାଧିକାରୀ, ଶିକ୍ଷାବିତ, ସମାଜସେବୀ ଉପସ୍ଥିତ ରହିବେ ।ଶ୍ରଦ୍ଧା ଅନୁଷ୍ଠାନର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।କାର୍ତ୍ତିକଚନ୍ଦ୍ର ପାଣ୍ଡବ

