ରାଉରକେଲା:5//5,(ଉତ୍କଳ ସମାଚାର) ୟୁଥ୍ ହଷ୍ଟେଲ ଆସୋସିଏସନ ରାଉରକେଲା ୟୁନିଟ୍ ଓ ରାଉରକେଲା କ୍ଲବ୍ ର ମିଳିତ ଆନୁକୁଲ୍ୟରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୟୁଥ୍ ହଷ୍ଟେଲ ଆସୋସିଏସନ୍ ରାଉରକେଲା ୟୁନିଟ୍ ର ସଭାପତି ପ୍ରତାପ କୁମାର ସ୍ୱାଇଁ , ଅଧ୍ୟକ୍ଷ ବୁଦ୍ଧଦେବ ବାସୁ ଙ୍କ ତତ୍ୱାବଧlନ ତଥା ରାଉରକେଲା କ୍ଲବର ସହଯୋଗ ଓ ମୋନାଲିସା ଗୌଡ଼ଙ୍କ ସଂଯୋଜନା ରେ ୨୬ ତମ ସନ୍ତରଣ ପ୍ରତିଯୋଗିତା ସେକ୍ଟର -୨୦ ସ୍ଥିତ ରାଉରକେଲା କ୍ଲବରେ ଆୟୋଜିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ସହରର ବିଭିନ୍ନ ସ୍କୁଲ କଲେଜର ୮୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମୁଖ୍ୟଅତିଥି ଭାବେ ଆରଏସପି ର ନିର୍ବାହୀ ନିର୍ଦ୍ଦେଶକ ଅନୀଲ କୁମାର ଯୋଗଦେଇ ସନ୍ତରଣ ପ୍ରତଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରିବା ସହିତ ସନ୍ତରଣ ପ୍ରତିଯୋଗିତାର ଉପକାରିତା ଓ ଉତ୍ତମ ସ୍ବାସ୍ଥ୍ୟ ଗଠନ ଉପରେ ଆଗାମୀ ପିଢ଼ିକୁ ଉତ୍ତମ ଦିଗଦର୍ଶନ ମୂଳକ ବାର୍ତ୍ତା ପ୍ରଦାନ କରିଥଲେ l ୟୁଥ୍ ହଷ୍ଟେଲ ଆସୋସିଏସନର କର୍ମକର୍ତ୍ତା ମାନେ ମଧ୍ୟ ସହଯୋଗ କରିଥିବା ବେଳେ ୟୁଥ ହଷ୍ଟେଲର ସମ୍ପାଦକ ନିରଞ୍ଜନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ୟୁଥ୍ ହଷ୍ଟେଲର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

