ସମ୍ବଲପୁର,୦୮/୦୫(ଉତ୍କଳ ସମାଚାର),(ସରୋଜ ସାହୁ):ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଯୁବ ରେଡ଼କ୍ରସ ଶାଖା ଆନୁକୁଲ୍ୟ ରେ ଶୁକ୍ରବାର ବିଶ୍ଵ ରେଡ଼କ୍ରସ ଦିବସ ତଥା ରେଡ଼କ୍ରସର ପ୍ରତିଷ୍ଠାତା ହେନେରି ଡୁଣାନ୍ଟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି I ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଆଲୋଚକ ଭାବରେ ଯୁବ ରେଡ଼କ୍ରସର ପରାମର୍ଶଦାତା ଅଧ୍ୟାପକ ଦେବେଶ କୁମାର ବିଶ୍ଵାଳ ଯୋଗ ଦେଇ ରେଡ଼କ୍ରସ୍ ସଂସ୍ଥାର ଇତିହାସ, କ୍ରମବିକାଶ, ହେନେରି ଡୁଣାନ୍ଟ ଙ୍କ ଅବଦାନ, ଆଭିମୁଖ୍ୟ, ମାନବସେବା ରେ ଅବଦାନ, ବିପର୍ଯ୍ୟୟ ପରିଚାଳନା, ଯୁଦ୍ଧ ସମୟ ରେ ସେବା, ରକ୍ତଦାନ ଓ ସ୍ଵାସ୍ଥ୍ୟସେବା ସମ୍ପର୍କରେ ଆଲୋକପାତ କରିବା ସହିତ ବର୍ଷର ରେଡ଼କ୍ରସର ବାର୍ତ୍ତା ” ମାନବତା ପାଇଁ ଏକତାବଦ୍ଧ” ବିଷୟ ରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ସଙ୍ଗିତା ସେଠ, ଗ୍ରନ୍ଥାଗାରିକ ବିଭୁତି ଭୁଷଣ ସାହୁ ଓ ଶିକ୍ଷା ବିଭାଗର ଶୈକ୍ଷିକ ସହାୟକ ସୁଦାମ ଚରଣ ସାହୁ ରେଡ଼କ୍ରସ ର ବିଭିନ୍ନ କାର୍ଯ୍ୟକ୍ରମ ଓ ଉପକାରିତା ବିଷୟ ରେ ବିଶ୍ଳେଷଣ କରିଥିଲେ । +୩ ୨ୟ ବର୍ଷ ର ଛାତ୍ର ଉମାକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସର ରେ ଏକ କୁଇଜ୍ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା I

