ନବରଙ୍ଗପୁର,୦୯/୦୫/୨୦୨୬:(ଉତକ ସମାଚାର)ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ ଅନୁଷ୍ଠୀତ ହୋଇଯାଇଛି। ପରିବାର ବିଚାର ବିଭାଗୀୟ ଜର୍ଜ ଲିଲିପ୍ତା ପସାୟତ ୧୦ ଟି ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି। ବରିଷ୍ଠ ଦେବାନୀ ଜର୍ଜ ଅନୁସୃତି ଚୌଧୁରୀ ୦୧ ଟି ଦେବାନି କେସ ଫଇସଲାକରି ଟ.୫୧,୦୦୦/- କ୍ଷତିପୁରଣ ଆଦାୟ କରିଛନ୍ତି। ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ସୌମ୍ୟ ଶଙ୍କର ମହନ୍ତ ୦୨ ଟି ଫୌଜଦାରୀ ମକଦ୍ଦମାର ଫଇସଲା କରି ଟ.୪,୦୯,୦୦୦/- ଜୋରିମାନା ଆଦାୟ କରିଛନ୍ତି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୫୮ଗୋଟି କୋର୍ଟ କେସ ଓ ୩୪୯୬୮ ଗୋଟି ରାଜସ୍ୱ କେସର ଫଇସଲା କରାଯଇ ଟ.୩୮,୧୬,୭୧୦/- ରାଜସ୍ୱ ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କର ୦୯ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୩,୪୪,୭୦୦/- ରୁଣ ଆଦାୟ କରାଯାଇଛି । ସେହିଭଳି ଟିପିଏସଓଡ଼ିଏଲ (TPSODL) ର ୨୨ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ. ୨,୧୪,୭୯୬/- ରୁଣ ଆଦାୟ କରାଯାଇଛି। ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସୀମା ତ୍ରିପାଠୀ ଓ ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶାଶ୍ଵତୀ ମିଶ୍ର ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।
