ରାଉରକେଲା ୯/୫,(ଉତକ ସମାଚାର) କିଶୋର କିଶୋରୀଙ୍କ ସୁରକ୍ଷା ସହ ନିରାପତ୍ତାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ୍ ଏବଂ ୟୁନିସେଫ୍ ର ମିଳିତ ସହଯୋଗରେ ବିଭିନ୍ନ ଥାନାରେ ଆରମ୍ଭ କରାଯାଇଛି ଯୁଭେନଟିକା ସଚେତନତା କାର୍ଯ୍ୟକ୍ରମ। ଡିଜିଟାଲ ନିରାପତ୍ତା ସହ ଶିକ୍ଷାରେ ଇଣ୍ଟରନେଟର ବ୍ଯବହାରିତାକୁ ନେଇ ଓଡିଶା ପୋଲିସ୍ ପକ୍ଷରୁ ଆରମ୍ଭ କରାଯାଇଥିବା କିଶୋର କିଶୋରୀ କଲ୍ଯାଣ କାର୍ଯ୍ୟକ୍ରମରେ, ସେମାନଙ୍କ ସୁରକ୍ଷା ସହିତ ବିକାଶକୁ ଦୃଷ୍ଟିରେ ରଖି ଏହି “ଜୁଭେନଟିକା” କଲ୍ଯାଣକାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଜୁଭେନଟିକା (କିଶୋର କିଶୋରୀ କଲ୍ଯାଣ କାର୍ଯ୍ୟକ୍ରମ) ଆରମ୍ଭ କରାଯାଇଛି। ଓଡିଶା ପୋଲିସ୍ ଓ ୟୁନିସେଫ୍ର ମିଳିତ ସହଯୋଗରେ ଆରମ୍ଭ କରାଯାଇଥିବା ଜୁଭେନଟିକା କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି ବିଭିନ୍ନ ଥାନା। ରାଉରକେଲା ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ଜୁଭେନଟିକା କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଶୁକ୍ରବାର ଦିନ ରଘୁନାଥପାଲ୍ଲୀ ଥାନା ସମେତ ପ୍ଲାଣ୍ଟସାଇଟ୍, ସେକ୍ଟର-୭ ଥାନାରେ ଏହି ଜୁଭେନଟିକା (କିଶୋର କିଶୋରୀ କଲ୍ଯାଣ କାର୍ଯ୍ୟକ୍ରମ)କୁ ଉଦ୍ଘାଟନ କରିବା ସହ ସେଠାରେ ଉପସ୍ଥିତ ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀଙ୍କୁ ଜୁଭେନଟିକା ସେମାନଙ୍କ ନିରାପତ୍ତା ବିଷୟରେ ସଚେତନ କରାଇବା ସହ ବିକାଶ ବିଷୟରେ କହିଥିଲେ। ସେହିପରି ସୁନ୍ଦରଗଡ ଜିଲ୍ଲା ହାତୀବାରି ଥାନା ପକ୍ଷରୁ ଆଇଆଇସି ଗୀତାଞ୍ଜଳି ପିର୍ଥାଙ୍କ ଅଧ୍ଯକ୍ଷତାରେ ଜୁଭେନଟିକା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ବେଳେ ସଚେତନତା ମୂଳକ କାର୍ଯ୍ୟକ୍ରମରେ ନୂଆଗାଁ ଗ୍ରାମ୍ଯଉନ୍ନୟନ ଅଧିକାରୀ ଜ୍ଯୋତି ବିକାଶ ଦାଶଙ୍କ ସମେତ ପୁରୁଣାପାଣି, କନ୍ଦରକେଲା, ଜାହାଡିଟୋଲି ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

