ରାଉରକେଲା:9//5,(ଉତକ ସମାଚାର) । ଆଜି ସନ୍ଧ୍ୟା ୬:୦୦ ଘଣ୍ଟିକା ସମୟରେ ମଧୁବାବୁ ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତଙ୍କ ନେତୃତ୍ୱରେ ସେକ୍ଟର – ୬ ଶାରଳା ମନ୍ଦିର ଛକ ନିକଟରୁ ” ଜନ ଆକ୍ରୋଶ ମହିଳା ପଦଯାତ୍ରା” ବାହାରି ସେକ୍ଟର -୬ ଶ୍ରୀ ଜଗନ୍ନାଥ ମନ୍ଦିର ଛକ ନିକଟରେ ସମାପ୍ତ ହୋଇଥିଲା । ପଦ ଯାତ୍ରା ରେ ମାନନୀୟ ରଘୁନାପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ମହୋଦୟ ମଧ୍ୟ ସାମିଲ ହୋଇ ଥିଲେ । ସେ ତାଙ୍କ ବକ୍ତବ୍ୟରେ ସଂସଦରେ ନାରୀ ଶକ୍ତି ବନ୍ଦନ ବିଧେୟକକୁ କଂଗ୍ରେସ ଦଳ ସହିତ ବିରୋଧୀ ଦଳ ମାନେ ଏହା ବିରୋଧରେ ଭୋଟ ଦେଉଥିବାରୁ ତାର ତୀବ୍ର ସମାଲୋଚନା କରିଥିଲେ। ମହିଳା ମାନଙ୍କୁ ସଶକ୍ତ ନାରୀ, ସଶକ୍ତ ଭାରତ , ନାରୀ ସମୃଦ୍ଧି ଦେଶ ପ୍ରଗତି କେନ୍ଦ୍ର ସରକାର ଚାହୁ ଥିବା ବେଳେ କଂଗ୍ରେସ ବାଧକ ସାଜିବା ସହିତ ପଛରୁ ଛୁରୀ ମାରିଛି ବୋଲି ପ୍ରକାଶ କରିଥିଲେ । ନାରୀ ସଶକ୍ତି କରଣ କରିବା ପାଇଁ ବିରୋଧି ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କିନ୍ତୁ ଏମାନଙ୍କ ଆନ୍ତରିକତା ନାହିଁ ଏଥିରୁ ପ୍ରମାଣିତ ହୋଇଛି। ନାରୀ ଶକ୍ତି ସର୍ବୋଚ୍ଚ ପଦବୀ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟ ମନ୍ତ୍ରୀ, ପ୍ରଶାସନିକ ସେବା ଆଦିରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି କିନ୍ତୁ ବିରୋଧୀ ଦଳଙ୍କ ଚେତା ଫେରି ନାହିଁ । ସେମାନେ ମହିଳାଙ୍କୁ ସସମ୍ମାନ ଦେବାକୁ ଚାହୁଁ ନାହାନ୍ତି । ପଶ୍ଚିମବଙ୍ଗରେ ନାରୀ ମାନେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଉଚିତ ଶିକ୍ଷା ଦେଇ ସରକାରରୁ ବିତାଡ଼ିତ କରିଛନ୍ତି ବୋଲି କହିଥିଲେ । ମଣ୍ଡଳ ପ୍ରଭାରୀ ଜଗବନ୍ଧୁ ବେହେରା, ଜିଲ୍ଲା ମୁଖପାତ୍ର ଶ୍ରୀ ଗଙ୍ଗାଧର ଦାଶ , ବରିଷ୍ଠ ନେତା ସୁବ୍ରତ ପଟ୍ଟନାୟକ, ମଣ୍ଡଳ ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ବାରିକ ଓ ପ୍ରଭାସ ସାମଲ, ଭାସ୍କର ନନ୍ଦ, ନମିତା ସେନାପତି ଆଦି ନେତୃବୃନ୍ଦ କଂଗ୍ରେସ ସହିତ ବିରୋଧୀ ଦଳକୁ କଡ଼ା ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ନମ୍ରତା ବାଗ୍, ମନୋଜ ପଟ୍ଟନାୟକ, ରବୀନ୍ଦ୍ର ରାଉତ, ତାରକାନାଥ ମହାପାତ୍ର,, ସଂଯୁକ୍ତା ପାତ୍ର, କୁନି ନାୟକ, ଗାଡୁ ବାଗ୍, ଗୀତାଞ୍ଜଳୀ ଜେନା, କୁମକୁମ୍ ମହାପାତ୍ର, ସରସ୍ଵତୀ ମହାନ୍ତ, ଖୁସ୍ବ ବୁ ବଡାଇକ୍, ରାଜଲକ୍ଷ୍ମୀ ପାଣିଗ୍ରାହୀ, ଫୁଲ୍ମନି ତିର୍କି, କନକ ରାଉତ୍, ପ୍ରତାପ ଦେବ, ହେମନ୍ତ ଜେନା, ସମିରନ୍ ରାୟ, ପ୍ରଶାନ୍ତ ଲେଙ୍କା,ଭାସ୍କର ନନ୍ଦ, ଅଜୟ ରାୟ ମୁନ୍ନା ଭାଇଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ବୃନ୍ଦ ଓ ମହିଳା ମାନେ ଅଂଶ ଗ୍ରହଣ କରି ଥିଲେ

