ରାଉରକେଲା ୯/୫,(ଉତକ ସମାଚାର)ଆମ ଗହଣରେ ଆଉ ନାହାନ୍ତି ଆମର ପ୍ରିୟ ନେତା କମ୍ରେଡ୍ ବିଷ୍ଣୁ ମହାନ୍ତି। ଆଜି ଭୋର ୩.୧୫ ମିନିଟ୍ ସମୟରେ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ମର ଶରୀର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ ହୋଇ କୋଇଡା, କାଲଟା,ରକ୍ସି, ରାଜା ମୁଣ୍ଡା ଛକ ହୋଇ ଆଜି ସଂଧ୍ୟା କିମ୍ବା ରାତ୍ରିରେ ରାଉରକେଲା ରେ ପହଞ୍ଚିବ। ପାର୍ଥିବ ଶରୀର ତାଙ୍କର ଛେଣ୍ଡ ସ୍ଥିତ ବାସଭବନରେ ରଖାଯି ଆସନ୍ତା କାଲି ରବିବାର ସକାଳ ୯ ଟା ସମୟରେ ତାଙ୍କର ପାର୍ଥିବ ଶରୀର ଛେଣ୍ଡ ବାସଭବନ ରୁ ଏକ ଶୋଭାଯାତ୍ରା ରେ ଅଣାଯାଇ ସି ପି ଆଇ ଏମ୍ ଦଳୀୟ କାର୍ଯ୍ୟାଳୟ ଶକ୍ତି ନଗର ହୋଇ ସକାଳ ୧୦ ଟା ସମୟରେ ସେକ୍ଟର -୧୬ ସ୍ଥିତ ସି ଆଇ ଟି ୟୁ ଜିଲ୍ଲା କାର୍ଯ୍ୟାଳୟ ଶ୍ରମିକ ଭବନ ଠାରେ ରଖାଯିବ। ସେଠାରେ ବିଭିନ୍ନ ରାଜନୈତିକ ଦଳ, ଟ୍ରେଡ ୟୁନିଅନ, ସାମାଜିକ, ସାଂସ୍କୃତିକ ସଂଗଠନ, ସାଂସଦ, ବିଧାୟକ, ରାଜ୍ୟ ଓ କେନ୍ଦ୍ର ନେତୃତ୍ବ କମ୍ରେଡ୍ ବିଷ୍ଣୁ ମହାନ୍ତି ଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇବେ। ପରେ ରାଉରକେଲା ନୂଆ ବସଷ୍ଟାଣ୍ଡ, ରାଉରକେଲା ଓକିଲ ସଂଘ କାର୍ଯ୍ୟାଳୟ, ପାନପୋଷ ହୋଇ ବେଦବ୍ୟାସ ଯିବ। ତାଙ୍କର ଏହି ଶେଷ ଶୋଭାଯାତ୍ରା ଓ ବିଦାୟ କାର୍ଯ୍ୟକ୍ରମ ରେ କମ୍ରେଡ୍ ବିଷ୍ଣୁ ମହାନ୍ତି ଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ, ଅନୁଷ୍ଠାନ ର ପ୍ରତିନିଧି ଓ ଶୁଭେଚ୍ଛୁ ସାମିଲ ହେବାକୁ ଅନୁରୋଧ

