ସୁନ୍ଦରଗଡ଼,୯/୫(ଉତ୍କଳ ସମାଚାର): ସୁନ୍ଦରଗଡ଼ ସହକାରୀ ଶ୍ରମ ଅଧିକାରୀ ଙ୍କ ଅଫିସ ରେ ହେବା ନିୟମ ଥିଲେ ମଧ୍ୟ ସେଠାରେ ନକରାଯାଇ, କୁତ୍ରା ବ୍ଲକ ସହକାରୀ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପଞ୍ଜିକରଣ କରା ଯାଇଥିଲା ଏହି ହରିଲୁଟ ର ସମସ୍ତ ପ୍ରମାଣ ପତ୍ର ନେଇ (ଆଇ,ଏନ,ଟି,ୟୁ,ସି,) ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଜୟ କୁମାର ପାଇକରାୟ ସମସ୍ତ ତଥ୍ୟ ପ୍ରମାଣ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଙ୍କୁ ଭେଟିକରି ଲିଖତ ଅଭିଯୋଗ କରିଥିଲେ lଶ୍ରୀ ପାଇକ ରାୟ ଙ୍କ ଅଭିଯୋଗ ଅନୁଯାଇ ନିର୍ମାଣ ଶ୍ରମିକ ଅତୁଳ ଆଶିଷ ତୀର୍କୀ, କୈଳାସ ସିଂ,ଭୀମସେନ ତୀର୍କୀ,ରେଙ୍ଗଟା ଲାକ୍ରା, ଶାନ୍ତି ମାଝୀ,ସମଲେଇ ସୋରେନ,କିଶୋର ଲାକ୍ରା,ରୋହିତ ମାଝୀ,ପାର୍ବତୀ ସିଂ,ଜୟ ସିଂ,ଟିକେଶ୍ୱର ନାଗ.କୌଶଳ ସିଂ,କ୍ରିଷ୍ଟନା ଅହୀର ସମେତ ଏଭଳି ଅନେକ ଙ୍କ ଅନେକ ଦିନ ବିତି ଯିବା ପରେ ସେମାନ ଙ୍କର ନିର୍ମାଣ ଶ୍ରମିକ କାର୍ଡ ପ୍ରସ୍ତୃତ କରିଵା ପରେ ଜାଲ ପ୍ରମାଣ ପତ୍ର ବାହାର କରି ଏହି ଯୋଜନା ରେ ପ୍ରାୟ ୬ କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି l ଜାଲ ମୃତ ପ୍ରମାଣ ପତ୍ର ବାହାର କରି ମୃତ୍ୟୁ ସହାୟତା ରାଶି ହଡପ କରୁ ଥବା ବେଳେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଙ୍କୁ ବର୍ଷ ବର୍ଷ ଧରି ଶ୍ରମ ବିଭାଗ କୁ ଦୌଡ଼ିଲେ ମଧ୍ୟ ସେମାନ ଙ୍କୁ ସହାୟତା ରାଶି ମିଳି ନଥିବା ବ୍ୟକ୍ତି ଙ୍କ ନାମ ଉଲ୍ଲେଖ କରା ଯାଇ ଥିବା ସୂଚନା ଦେଇଛନ୍ତି

ସୁନ୍ଦରଗଡ଼ ଜିଲ୍ଲା ରେ ପ୍ରାୟ 200ଜଣଙ୍କ ନାମରେ ଜାଲ ନିର୍ମାଣ ଶ୍ରମିକ କାର୍ଡ କରାଯାଇ ଥିବା ଅଭିଯୋଗ ପରେ ଜିଲ୍ଲା ପାଳ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ତଦନ୍ତ କରିବା ପାଇଁ ଆଦେଶ ଦେଇଥିବା ଜଣା ପଡିଛି l ଏହିଦୃନୀତି ଉପରେ ରାଜ୍ୟ କ୍ରାଇମ ଅଫିସର ଙ୍କ ଦ୍ଵାରା ତଦନ୍ତ କରିବା ପାଇଁ ସାଧାରଣ ରେ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି l
