ସମ୍ବଲପୁର,୧୧/୦୫(ଉତ୍କଳ ସମାଚାର),(ସରୋଜ ସାହୁ):ଭାରତର ସର୍ବବୃହତ ପଛୁଆ ବର୍ଗ(ଓବିସି)ଙ୍କ ଜାତି ଜନଗଣନା ନ ହେବାରୁ ତାଙ୍କର ବିକାଶ ପାଇଁ ସମୁଚିତ ପଦକ୍ଷେପ ଏଯାବତ୍ ନିଆଯାଇ ପାରିନାହିଁ । ସେମାନେ ଜାତୀୟ ବିକାଶର ମୂଳ ସ୍ରୋତରେ ସାମିଲ ହୋଇପାରି ନାହାନ୍ତି । ଓଡିଶା ରାଜ୍ୟରେ ଓବିସି ମାନେ ଶିକ୍ଷା, ଚାକିରୀ ଏପରି କି ପଂଚାୟତିରାଜରେ ବି ସମାନୁପାତିକତ ଦୂରର କଥା ୨୭% ପ୍ରତିନିଧିତ୍ୱ ପାଇନାହାନ୍ତି । ଏହା ସ୍ପଷ୍ଟ ଯେ, ଓବିସିଙ୍କ ଜାତି ଜନଗଣନା ତଥ୍ୟ ବିନା ପଛୁଆ ବର୍ଗଙ୍କ ବିକାଶ ଅସମ୍ଭବ । କେନ୍ଦ୍ର ସରକାର ଗତ ୩୦ ଏପ୍ରିଲ ୨୦୨୫ କେବିନେଟ ବୈଠକରେ ଜାତି ଜନଗଣନା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ହେଁ, ଏବଂ ୨୦୨୬-୨୭ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇ ସାରି ଥିଲେ ହେଁ ଜନଗଣନା ପ୍ରଶ୍ନIବଳୀ ୧୨ ନମ୍ବର ପ୍ରଶ୍ନ (ଯାହା ଓଡିଶା ରାଜ୍ୟରେ ୧୩ ନମ୍ବର ପ୍ରଶ୍ନ)ରେ ଓବିସି ଗଣନାର କୌଣସି ଉଲ୍ଲେଖ ନାହିଁ । ଅର୍ଥାତ୍ ସରକାର ଓବିସିଙ୍କ ଗଣନା କରୁ ନାହାନ୍ତି । ଏହା ହେଲେ ଓବିସିଙ୍କୁ କୌଣସି ସାମାଜିକ ନ୍ୟାୟ ମିଳିବ ନାହିଁ । ଏହି ମର୍ମରେ ଆଜି ଜ଼ିଲ୍ଲା ଓବିସି ମଞ୍ଚ ମାନେଶ୍ଵର ବ୍ଲକ ଶାଖା ପକ୍ଷରୁ ଜଳଗଣନା ପ୍ରଶ୍ନIବଳୀରେ ଓବିସି ଯୋଡିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉଦ୍ଦେଶ୍ୟରେ ମାନେଶ୍ଵର ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା I ମାନେଶ୍ଵର ତହସିଲଦାର ଶ୍ରୀ ବ୍ରଜ କିଶୋର ସାହୁ ଦାବି ପତ୍ର ଗ୍ରହଣ କରିଥିଲେ I ଏହି ଦାବି ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମଞ୍ଚ ସାଧାରଣ ସମ୍ପାଦକ ଶ୍ରୀ ହୀରାଲାଲ ବେହେରା ଯୋଗଦାନ କରି ଏକ ଲୋକତାନ୍ତ୍ରିକ ସରକାର ଦେଶର ମୋଟ ସଂଖ୍ୟାର ୫୨% ଓବିସି ଜାତି- ସମୂହଙ୍କ ସାମାଜିକ ନ୍ୟାୟକୁ ହୃଦୟଙ୍ଗମ କରି ୧୨ ନମ୍ବର ପ୍ରଶ୍ନରେ ଓବିସି କଲମ ଯୋଡିବେ ବୋଲି ଦୃଢ ଆଶାବାଦୀ ଅଛୁ ବୋଲି ପ୍ରକାଶ କରିଛନ୍ତି I ଜ଼ିଲ୍ଲା ଓବିସି ମଞ୍ଚର ଆବାହକ ସରୋଜ ସାହୁ, ବିଶିଷ୍ଠ ଓବିସି କର୍ମୀ ସର୍ବଶ୍ରୀ କୃପାସିନ୍ଧୁ ଖମାରି, ଜଟା ଭୂଷଣ ସାହୁ, ଜିତେନ୍ଦ୍ର କୁମାର ପ୍ରଧାନ, ହୃଷିକେଶ ସାହୁ, ପୂର୍ଣଚନ୍ଦ୍ର ସାହୁ, ଭବାନୀ ନାୟକ, ରୋହିଦାସ୍ୟ ସାହୁ, ନିମାଇଁ ବଢ଼େଇ, କୃଷ୍ଣ ଚନ୍ଦ୍ର ସୁନାର, ଭବାନୀ ଶଙ୍କର ପ୍ରଧାନ, ପ୍ରଦୀପ କୁମାର ପରିଡା, ହିମାଂଶୁ ଶେଖର ପ୍ରଧାନ, ମନୋରଞ୍ଜନ ପ୍ରଧାନ, ରାଜ କୁମାର ସାହୁ,ହିମାଂଶୁ ପ୍ରଧାନ, ନିମାଇଁ ସାହୁ ଶିବାନନ୍ଦ ନାୟକ, ପ୍ରଶାନ୍ତ ଦେହେରି, ଦମୟନ୍ତୀ ନାୟକ ଙ୍କ ସମେତ ମାନେଶ୍ଵର ବ୍ଲକ ର ବହୁ ଜାତି ସମ୍ପ୍ରଦାୟ ଏବଂ ଓବିସି କର୍ମୀ ଉପସ୍ଥିତ ଥିଲେ
