ରାଉରକେଲା:11//5,(ଉତ୍କଳ ସମାଚାର) ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଦ୍ଵାରା ସଞ୍ଚାଳିତ ସେକ୍ଟର -୨ ସ୍ତିତ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ଶିକ୍ଷକ ତଥା ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସମସ୍ତଙ୍କ ମଙ୍ଗଳ ଓ କଲ୍ୟାଣ ନିମନ୍ତେ ଶ୍ରୀ ଅକ୍ରୁର ମାର୍ଥାଙ୍କ ପୌରହିତ୍ୟ ଓ ଯଜମାନ ସସ୍ତ୍ରୀକ ଶ୍ରୀ ନରେନ୍ଦ୍ର ବେହେରାଙ୍କ ଦ୍ୱାରା ଯଜ୍ଞ କର। ଯାଇ ଥିଲା ।ଏହି କାର୍ଯ୍ୟକ୍ରମରେ ସହ ରାଜ୍ୟ ପ୍ରଭାରୀ ଶ୍ରୀ ଅକ୍ରୁର ମାର୍ଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରାରମ୍ଭିକ ସଂଗୀତ ଓ ଗୁରୁ ବନ୍ଦନା ଗାନ କରିଥିଲେ ଉର୍ମିଳା ସାହୁ, , ପ୍ରକାଶିନି ଭଞ୍ଜ, ସୁନୀତା କର, ମନୋରମା ମୁଦୁଲି, ସୁଭଶ୍ରୀ ସ୍ୱାଇଁ, ଶଶିକଳା ସାହାଣୀ, କାଞ୍ଚନ ବେହେରା। ଓ ସରସ୍ଵତୀ କାନ୍ତା । ଏହି କେନ୍ଦ୍ରର ଅନ୍ୟତମ ଯୋଗ ଶିକ୍ଷକ ଉର୍ମିଳା ସାହୁ ସ୍ୱାଗତ ଭାଷଣ ଦେବା ସହିତ କେନ୍ଦ୍ରର ବିବିଧ କାର୍ଯ୍ୟକ୍ରମ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଶ୍ଯୋଗର ଉପକାରିତା ଉପରେ ନିଜର ମତାମତ ଓ ଏହାର ପ୍ରଭାବ ଉପରେ ଚର୍ଚ୍ଚା କରିବା ସହିତ ମହିଳାମାନେ ଘରେ ଏତେ କାମ କରିବାପରେ ଯୋଗ ପାଇଁ ସମୟ ଦେଇ ପାରୁଥିବାରୁ ତାର ଭୂୟସୀ ପ୍ରଶଂସା କରିଥିଲେ । ଭାରତ ସ୍ୱାଭିମାନ ନ୍ୟାସର ରାଜ୍ୟ ସହ ପ୍ରଭାରୀ ଶ୍ରୀ ଅକ୍ରୁର ମାର୍ଥା ତାଙ୍କ ଅଭିଭାଷଣରେ ଯୋଗର ଆବଶ୍ୟକତା ଓ ଏହାଦ୍ବାରା ବ୍ୟକ୍ତି ,ସମାଜ ଓ ଦେଶର ଆର୍ଥିକ ପ୍ରଗତିରେ ଯୋଗର ଅବଦାନ ଉପରେ ମତବ୍ୟକ୍ତ କରିଥିଲେ । ବିଶେଷ ଭାବରେ ରାଉରକେଲା ଇସ୍ପାତ କାରଖାନା ତରଫରୁ ସମସ୍ତ କମ୍ୟୁନିଟ ସେଣ୍ଟର ଗୁଡିକରେ ଯୋଗକେନ୍ଦ୍ର ପାଇଁ ସ୍ଥାନ ଦେଇଥିବାରୁ ତାର ପ୍ରଶଂସା କରିଥିଲେ ।ଯୋଗକୁ ବ୍ୟାପକତା କରିବା ସହିତ ଯୋଗ କେନ୍ଦ୍ରର ବିସ୍ତାର କରିବା ଉପରେ ଗୁରୁତ୍ଵ ଦେଇଥିଲେ। ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀତମ୍ବିନି ସ୍ୱାଇଁ, ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା PYS ପ୍ରଭାରୀ ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ , ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର, କମ୍ୟୁନିଟ ସେଣ୍ଟର ସଂପାଦକ ପ୍ରଶାନ୍ତ କୁମାର ବିହାରୀ ତାଙ୍କ ଅଭି ଭାଷଣରେ ଯୋଗ ସୁସ୍ଥ ଓ ନିରୋଗ ଜୀବନ ପାଇଁ ବିନା ଅର୍ଥରେ ଏକମାତ୍ର ମାର୍ଗ ବୋଲି ମତ ପୋଷଣ କରିଥିଲେ । ବିଶ୍ୱଜିତ ଜେନା ମଞ୍ଚ ପରିଚାଳନା ଅତି ସୁନ୍ଦର ଭାବେ କରିଥିବା ବେଳେ ଯାଦବ ମହାନ୍ତ ଧନ୍ୟଵାଦ ଅର୍ପଣ କରିଥିଲେ ।ପରିଶେଷରେ ଯୋଗ ନୃତ୍ୟ ପରିବେଷଣ କରିଥିଲେ ଏହି କେନ୍ଦ୍ରର ଭଉଣୀମାନେ ଟିକି, ଶୁଭଶ୍ରୀ, ସନ୍ଧ୍ୟା, କାଞ୍ଚନ, ଉର୍ମିଳା, ମୀନତି ଡଲି, ଶଶିକଳା, ପୁଷ୍ପା, କାଶ୍ମୀର, ସରସ୍ୱତୀ, ସଞ୍ଜୁ, ସୁରଭି, ମମତା ଓ ଛୋଟ ଛୋଟ ଛୁଆମାନେ । ସମସ୍ତ ସହୋଯୋଗ କରିଥିଲେ କମ୍ୟୁନିଟ ସେଣ୍ଟରର ପୂର୍ଣ୍ଣ ଚନ୍ଦ୍ର ସାହୁ ଓ କାର୍ଯ୍ୟକର୍ତ୍ତା ମାନେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବହୁ ଯୋଗ ଶିକ୍ଷକ ଓ ସାଧକ ସାଧିକା ଭାଇ ଭଉଣୀମାନେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ।

