ରାଉରକେଲା ୧୧/୫:(ଉତ୍କଳ ସମାଚାର)ଯୁବଦୋୟ ସାମାଜିକ ସଂଗଠନ ପକ୍ଷରୁ ସେକ୍ଟର ୬ ସ୍ଥିତ ଗ୍ରୀନ ଫିଲ୍ଡ ରେ ଏକ ଦିବସୀୟ ଆନ୍ତଃ ଜିଲ୍ଲା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ମୋଟ ୫ ଟି ମହିଳା ଫୁଟବଲ ଦଳ ଭାଗ ନେଇଥିଲେ। ସଂଗଠନ ର ଅଧ୍ଯକ୍ଷ ବିଶ୍ବଜିତ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କୁ ଅଲ୍ ଓଡିଶା ପ୍ରାନ୍ତ ମାରଓ୍ବ।ଡି ଯୁବ ମଞ୍ଚ ର ରାଜ୍ୟ ସଭାପତି ଅଜୟ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସିଭିଲ ଟାଉନସିପ୍ ଲାୟନ୍ସ କ୍ଲବ ର ସଭାପତି ଅଙ୍କିତ ଅଗ୍ରୱାଲ ଯୋଗ ଦେଇଥିଲେ । ଉଭୟ ଅତିଥି ସଂଗଠନ କୁ ପ୍ରଶଂସା କରିବା ସହ ମହିଳା ଫୁଟବଲ ଖେଳାଳି ଙ୍କୁ ଆଗକୁ ଆଣିବା ପାଇଁ ସଂଗଠନ ର ପ୍ରୟାସ କୁ ସାଧୁବାଦ ଜଣାଇଥିଲେ। ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୦ ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ବେଳେ ଫାଇନାଲ ମ୍ୟାଚ କୁଆଁରମୁଣ୍ଡା ଓ ଲାଇଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କୁଆଁରମୁଣ୍ଡା ଦଳ ୬ଟି ଗୋଲ୍ ଦେଇଥିବା ବେଳେ ପ୍ରତିପକ୍ଷ ଲାଇଙ୍ଗ ଦଳ ୫ଟି ଗୋଲ ଦେଇଥିଲେ।ଫଳରେ କୁଆଁରମୁଣ୍ଡା ଦଳ ବିଜୟୀ ହୋଇଥିଲା। କୁଆଁରମୁଣ୍ଡା ଦଳ କ୍ୟାପଟେନ୍ ଆଶ୍ରିତା କାଙ୍ଗାଡି ଙ୍କ ନେତୃତ୍ବରେ ଖେଳୁ ଥିବା ବେଳେ ଉପ ବିଜେତା ଲାଇଙ୍ଗ ଦଳ କ୍ୟାପଟେନ ଆରତି ମିଞ୍ଜ ଙ୍କ ନେତୃତ୍ବରେ ଖେଳିଥିଲା। ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ରେ ଯୁବଦୋୟ ର ସଦସ୍ୟ ଧନଞ୍ଜୟ ମୁଣ୍ଡା,ସୋୟମ ଷଡ଼ଙ୍ଗୀ, ସୁନୀଲ ମିଞ୍ଜ, ରବିନାରାୟଣ ପାତ୍ର,ଅରୁଣ ମହାନ୍ତି,ସୁରଜ ନିହାର, କାହ୍ନା ଜେନା ଓ ନାଗେଶ ନାଗ ପ୍ରମୁଖ ସହଯୋଗ କରିଥିଲେ।

