ରାଉରକେଲା ୧୨/୫,(ଉତ୍କଳ ସମାଚାର) ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ରବିବାର ସନ୍ଧ୍ୟାରେ ଉଦିତନଗର ବାବା ସାହେବ ଆମ୍ବେଦକର ଛକରେ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ୨୦୨୩ ମସିହାରେ ସଂସଦରେ ଗୃହୀତ ହୋଇଥିବା ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା କଂଗ୍ରେସ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ମହିଳା ସଂରକ୍ଷଣ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ।ରାଉରକେଲା ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସହଯୋଗରେ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଝରଣା ତ୍ରିପାଠୀଙ୍କ ନେତୃତ୍ବରେ ହୋଇଥିବା ଏହି ମଶାଲ ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ ସଭାପତି ସବୀର ହୁସେନ, ରବି ରାୟ, ପ୍ରବୋଧ ଦାସ, ଖାଦେଳ ସେଠୀ, କୀର୍ତ୍ତନ ଦାସ, ବସନ୍ତ ସାମଲ, ଶିବୁ ଦିପ୍, ତୁରସୀ ନାଗ, ନଚିକେତା ମହାପାତ୍ର, ରମେଶ ମଲ୍ଲିକ, ବ୍ରଜବନ୍ଧୁ ତ୍ରିପାଠୀ, ମନୋଜ ପାଣିଗ୍ରାହୀ, ସୁଧୀର ସିଂହ ଚୌହାନ, ଶ୍ରୀମତୀ ବିଜୟଲକ୍ଷ୍ମୀ ପ୍ରଧାନ, ଶ୍ରୀମତୀ ପ୍ରତିମା ବେହେରା, ଲକ୍ଷ୍ମୀ ଦାସ, ରୁମି ରୁମାନ, ସବନାମ ବେଗମ୍, ରୁକସାନା ବେଗମ୍, ପ୍ରସନ୍ନ ବଳିଆରସିଂ, ସୂର୍ଯ୍ୟକାନ୍ତ ବାରିକ୍, ସୋନୁ ଜୈସ୍ବାଲ, ଏଡି ସଲିମ୍, ଶ୍ଯାମ ସାଗର, ଏଡି ଗୁଲାମ, ଏଡି ହାଇଦର, ସେନାପତି ପୃଷ୍ଟି, ବିଜୟ ନାହାକ, ଦିନୁ ତ୍ରପାଠୀ, ରାଜେଶ ଚୋପଦାର, ଶିବ ସୁନା, ଅନୀଲ ବିଶୋଇ, ମିଟୁ ଚୌଧୁରୀ, ଜୁଲୁ ରେହେମାନ, ଦିବ୍ଯ ନାହାକ, ଜେମସ୍ ଓରାମ, ସାହେବ ଓରାମ, ଯୋଶେଫ ଟପ୍ପୋ, ସୁନ୍ଦର ଲାକ୍ରା, ନିରଞ୍ଜନ ଭଟ୍ଟ, ସୁଲେମାନ ବାରିକ, ଶୁଭମ ଛତ୍ର, ମନୀଷ ଲାକ୍ରା, ରୋହିତ ନନ୍ଦ, ରାକେଶ ନନ୍ଦ, ନବୀନ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କର୍ମୀମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସଂସଦରେ ଗୃହୀତ ହେବା ସତ୍ତ୍ୱେ ମହିଳା ବିଲ୍ କାର୍ଯ୍ୟକାରୀ ନ ହେବା ମହିଳା ଅଧିକାର ପ୍ରତି ଅବହେଳାକୁ ଦର୍ଶାଉଛି। ରାଜନୀତିରେ ମହିଳାମାନଙ୍କର ନ୍ୟାର୍ଯ୍ୟ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଦାବି ଦୋହରାଇଥିଲେ।

