କେନ୍ଦୁଝର :12//5,(ଉତ୍କଳ ସମାଚାର)ମେଡ଼ସ୍କିଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଣ୍ଡ ଟେକନୋଲୋଜି କେନ୍ଦୁଝର ଏବଂ ବେଦାନ୍ତା ହାୟର ସେକେଣ୍ଡାରୀ ସ୍କୁଲ ମିଳିତ ଆନୁକୂଲ୍ୟରେ ନଗରଭବନ ରେ ଅନ୍ତର୍ଜାତୀୟ ସେବିକା ଦିବସ ସମାରୋହରେ ପାଳିତ ହୋଇଯାଇଛି, ଏହି ସମାରୋହରେ ବିଶିଷ୍ଟ ସମାଜସେବୀ ତଥା ଭାଜପା ଜିଲ୍ଲାସଭାପତି ଶୁକଦେବ ମହାନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସେବିକା ଦିବସର ତାତ୍ପର୍ଯ୍ୟ ଓ ସାମ୍ପ୍ରତିକି ପରିସ୍ଥିତି ରେ ସେମାନଙ୍କ ଉତ୍ତରଦାୟିତ୍ୱ ସମ୍ପର୍କ ରେ ଉଦବୋଧନ ଦେଇ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ସ୍ବପ୍ନର ବିକଶିତ ଭାରତ ଗଠନ ରେ ସେନାନୀ ହେବାକୁ ଆହ୍ୱାନ ଦେଇଥିଲେ, ଅନ୍ୟତମ ବିଶିଷ୍ଟ ଅତିଥି ସମାଜସେବୀ ଧରିତ୍ରୀ ରାଉତ, ରାଜ୍ୟସମ୍ମାନପ୍ରାପ୍ତ ସମାଜସେବୀ ଏଆର ଖାନ, ରୋଟାରିଆନ ଡାକ୍ତର ସଂଜୀବ ଓତ୍ତା, ବବିତା ରାମ ଭାଷଣଛଳ ରେ ଫ୍ଲୋରେନ୍ସ ନାଇଟିଙ୍ଗଲ ଙ୍କ କର୍ମତତ୍ପରତା ଦୁରଦୃଷ୍ଟି ର ଉଦାହରଣ ଦେଇ ତାଙ୍କ ପଥ ଅନୁସରଣ କରି ସମାଜସେବାର ଅନନ୍ୟ ଉଦାହରଣ ପାଲଟି ଯିବାକୁ ପରାମର୍ଶ ଦେଇଥିଲେ, ସଂସ୍ଥା ର ପ୍ରତିଷ୍ଠାତା ଆଲୋକ ଗୁପ୍ତା, ତରଣୀସେନ ବାରିକ ସହ ପ୍ରତିଷ୍ଠାତା ଅକ୍ଷୟ କୁମାର ସାହୁ, ରାଜନନ୍ଦନ ସାହୁ ଅନୁଷ୍ଠାନ ର ମୁଖ୍ୟ,ଐଶ୍ୱର୍ଯ୍ୟା ସାମଲ ଏକାଡେମୀକ ମୁଖ୍ୟ, ମମତା ମୟୀ ମହାନ୍ତ ଭାଇସପ୍ରିନ୍ସପାଲ, ଗଣମାଧ୍ୟମ ମୁଖ୍ୟ ଏମଡି ଅହମଦ, ଷ୍ଟାଫ ନର୍ସ ଅର୍ଚନା ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ,ବିଭିନ୍ନ ବିଭାଗ ରେ କୃତୀତ୍ବ ଅର୍ଜନ କରିଥିବା ନର୍ସିଂ ପ୍ରଶିକ୍ଷାର୍ଥୀନୀ ମାନଙ୍କୁ ମୁଖ୍ୟଅତିଥି ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ, ସମସ୍ତ ପ୍ରଶିକ୍ଷାର୍ଥୀ ଫ୍ଲୋରେନ୍ସ ନାଇଟିଙ୍ଗଲ ଙ୍କ ଫୋଟୋଚିତ୍ର ସମ୍ମୁଖରେ କ୍ୟାଣ୍ଡେଲ ଜଳାଇ ସମ୍ମାନ ପ୍ରଦର୍ଶନ କରିବା ସହିତ ନିଃସ୍ୱାର୍ଥପର ସେବା ଯୋଗାଇଦେବା କୁ ଶପଥ ନେଇଥିଲେ, ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା, ଅଜୟ ମହାନ୍ତ, ମଧୁସ୍ମିତା ଜେନା, ପୁଷ୍ପାଞ୍ଜଳି ମହାନ୍ତ,ଲୋପାମୁଦ୍ରା ମହାନ୍ତ, ମନସା ଧୀର, ମାନସ ମହାରଣା, କ୍ଷୀରୋଦ ମହାନ୍ତ, ଶ୍ୟାମସୁନ୍ଦର ବେହେରା ପ୍ରମୁଖ ସମାରୋହ ପରିଚାଳନା କରିଥିଲେ

