ରାଉରକେଲା :14//5,(ଉତ୍କଳ ସମାଚାର) ନବଗଠିତ ଜିଲ୍ଲା ସ୍ୱିମିଂ ଆସୋସିଏସନ୍ ପକ୍ଷରୁ ବିଶ୍ରାମୁଣ୍ଡା ଆଥଲେଟିକ୍ ସ୍ୱିମିଂ ପୁଲ୍ରେ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି । ବିଭିନ୍ନ ବୟସ୍କ ଓ ବିଭାଗର ସ୍ୱିମିଂ କ୍ୟାଟାଗୋରିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ପ୍ରଥମ ଭାଗରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ରାଜେନ୍ଦ୍ର ପ୍ରସାଦ ଗୁପ୍ତା ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ଉପନିର୍ଦ୍ଦେଶକ ସୁଦୀପ୍ତ କୁମାର ନାୟକ ଯୋଗଦେଇଥିଲେ। ସେମାନେ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ବିଜେତାମାନଙ୍କୁ ପଦକ ପ୍ରଦାନ କରିଥିଲେ।ଦ୍ୱିତୀୟ ଭାଗରେ ପ୍ରସିଦ୍ଧ ଗାଇନକୋଲୋଜିଷ୍ଟ ଡାକ୍ତର ସୁଧାରାଣୀ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ସ୍ୱିମିଂ ଆସୋସିଏସନ୍ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ସେ ଛାତ୍ରଛାତ୍ରୀଙ୍କୁ ସନ୍ତରଣର ଉପକାରିତା, ସ୍ୱାସ୍ଥ୍ୟ ଲାଭ ଏବଂ ଜୀବନରେ କ୍ରୀଡ଼ାର ଗୁରୁତ୍ୱ ବିଷୟରେ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ। ଅତିଥିମାନେ ବିଜେତା ଛାତ୍ରଛାତ୍ରୀଙ୍କୁ ମେଡାଲ୍ ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ସମସ୍ତ ଅତିଥି ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ ପାଇଁ ପ୍ରେରିତ କରିଥିଲେ ।ସଭାପତି ଦୀପକ ଦାଶ ଙ୍କ ନେତୃତ୍ୱ ଓ ନିର୍ଦ୍ଦେଶନାରେ ସମଗ୍ର କାର୍ଯ୍ୟକ୍ରମଟି ସୁଚାରୁ ଭାବରେ ଏବଂ ବହୁତ ସଫଳତାର ସହ ଅନୁଷ୍ଠିତ ହୋଇପାରିଥିଲା। ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ସଦସ୍ୟ, ପ୍ରତିଯୋଗୀ, ଅଭିଭାବକ ଓ ସହଯୋଗୀମାନଙ୍କର ଅନେକ ପରିଶ୍ରମ ଓ ସହଯୋଗ ରହିଥିଲା।

