ରାଉରକେଲା,୧୪/୫:(ଉତ୍କଳ ସମାଚାର)ସର୍ବ ଭାରତିୟ ଡାକ୍ତରୀ ପାଠର ନାମଲେଖା ନିମନ୍ତେ ନିଟ-ୟୁଜି -୨୦୨୬ ପରୀକ୍ଷା ଆସନ୍ତା ମେ ୩ ତାରିଖରେ ଦେଶର ୫୫୧ ସହରରେ ୫୪୦୦ କେନ୍ଦ୍ରରେ ହେବାକୁ ଥିଲା ।ପରୀକ୍ଷା ପୂର୍ବରୁ ଡବଲ ଇଞ୍ଜିନ ଥିବା ରାଜସ୍ଥାନରେ ହାତଲେଖା ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା କଥା,କେନ୍ଦ୍ରୀୟ ତଦନ୍ତକାରି ସଂସ୍ଥା ଦ୍ୱାରା ଜଣାପଡିବାପରେ ଭରତ ସରକାରଙ୍କ ଦ୍ୱାରା ନିଟ-ୟୁଜି-୨୦୨୬ ପରିକ୍ଷାକୁ ରଦ୍ଧ କରାଯାଇଛି । ଯାହାଫଳରେ ଦେଶର ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଉପଲକ୍ଷେ ରାଉରକେଲା ମାନ୍ୟବର ବିଧୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦେଶରେ, ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ନିର୍ଦ୍ଧାରିତ ସୂଚୀ ଅନୁଯାଇ ବିପିୟୁଟି ମେନ ଗେଟ ସମୁଖରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଓ ବିକ୍ଷୋପ ପ୍ରଦର୍ଶନ କରଯାଇଥିଲା । ଛାତ୍ରନେତାମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେଜେ, ଆଚ୍ଛାଦିନ ଓ ଅମୃତ କାଳ ଶ୍ରୋଗାନ ଦେଇଥିବା ବିଜେପି,ଦେଶର ସର୍ବବୃହତ ପ୍ରବେଶିକ ପରୀକ୍ଷା ପରିଚାଳନା କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ ବିଫଳ ହୋଇଛି,ଯାହାଫଳରେ ଲକ୍ଷଲକ୍ଷ ଛାତ୍ର,ଛାତ୍ରୀ ଙ୍କ ମନୋବଳ ଉପରେ ଘୋର ଆଘାତ ହୋଇଛି । ଯଥାଶୀଘ୍ର କେନ୍ଦ୍ର ସରକାର ଅତି ସ୍ୱଚ୍ଛତାର ସହିତ ଉକ୍ତ ପରିକ୍ଷାକୁ ପୁନର୍ବାର କରାଯାଇ ଛତ୍ର ଛାତ୍ରୀ ମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ । ନଚେତ ସମଗ୍ର ଓଡିଶାର ଯୁବ ଛ ।ତ୍ର ସମାଜ ଆଗାମୀଦିନରେ ଛାତ୍ର ଛାତ୍ରୀଙ୍କୁ ନ୍ୟାୟଦେବାପାଇଁ ରାସ୍ତାଉପରେ ଲଢେଇକରିବେ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଭୁଲକୁ ସ୍ୱୀକାର କରି, ନିଜେ ଇସ୍ତଫା ପ୍ରଦାନ କରନ୍ତୁ । କାର୍ଜ୍ୟକ୍ରମରେ ରାଜ୍ୟ ଛ ।ତ୍ର କ ।ର୍ଜୟକାରୀ ସଭାପତି ବାବୁ ଖାନ,ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାଶ ସ୍ୱାଇଁ,ଦୁଷ୍ମନ୍ତ ରାଉତରାୟ,ହିମାଂଶୁ ପଣ୍ଡା,ଜିଲ୍ଲା ମହିଳା ସଭାନେତ୍ରୀ ସନ୍ଧ୍ଯା ଲ ।କ୍ରା,ଜିଲ୍ଲା ଯୁବ ସଭାପତି ପିଙ୍କୁ ଜୟସ୍ୱଳ,ଜିଲ୍ଲା ଛାତ୍ର ସଭାପତି ସଞ୍ଜିତ ଛୋଟରାୟ,ବିଭୁତି ପୁହାଣ,ସୁଶାନ୍ତ ରାଉତ,କାବୁଲି ପ୍ରତିହାରୀ, ପ୍ରଶାନ୍ତ ନାୟକ,ସୋମୀୟ ଦାଶ,ଶିତୁ ସାମଲ,ଶେଖର ଦାସ,ରାଜା ଜେନା,ଦୀପକ ବାରିକ,ଚିନ୍ତୁ ବାରିକ,ବରିଷ୍ଠ ନେତା ବିରେନ ସେନାପତି,ଗଗନ ପଣ୍ଡା,ଜୟନ୍ତ କୁମାର ମିଶ୍ର, ପ୍ରଶାନ୍ତ ଶେଠୀ,ଛବି ମହାନ୍ତି,ବୋଣାପାଣି ମୋହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।

