ରାଉରକେଲା:17//5,(ଉତ୍କଳ ସମାଚାର)ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଆଜି ଜଣେ ଯୁବକ ନିଖୋଜ ଥିବା ବେଳେ ଆଉ ଜଣଙ୍କୁ ଉଦ୍ଧାର କରା ଯାଇଛି। ନିଖୋଜ ଯୁବକଙ୍କୁ ଖୋଜିବା ଲାଗି ଫାୟାର ଟିମ୍ ମୋଟର ବୋଟ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବଣାଇ ଥାନା ଅନ୍ତର୍ଗତ ଫରେଷ୍ଟ ନର୍ସରୀ ପାଖରେ ଥିବା ବ୍ରାହ୍ମଣୀ ନଦୀ ରେ ରବିବାର ଅପରାହ୍ନରେ ଗାଧୋଉଥିବା ବେଳେ ଏହି ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ୨୪/୨୫ ବର୍ଷୀୟ ଯୁବକ ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକ ମାନେ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ଆଉ ଜଣଙ୍କୁ ଉଦ୍ଧାର କରି ପାରି ନଥିଲେ। ଏ ବାବଦରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସ୍ କୁ ଖବର ଦିଆ ଯାଇଥିଲା। ଫାୟାର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି

