ରାଉରକେଲା:17//5,(ଉତ୍କଳ ସମାଚାର)କିଟ୍ ର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଙ୍କ ଏକକ ଅନନ୍ଯ ଚିନ୍ତନ ହେଉଛି ଆର୍ଟ ଅଫ୍ ଗିଭିଙ୍ଗ। ଚଳିତ ବର୍ଷ ଏହି ଦିବସ ପାଳନ ୧୩ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଏବେ ଏହା ବିଶ୍ୱର ୨୪୨ ଟି ଦେଶ ଓ ଭାରତର ୩୬୦୦ ରୁ ଉର୍ଦ୍ଧ୍ବ ସ୍ଥାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି।ସଦା ସର୍ବଦା ଆମେ ସମାଜ, ପରିବେଶ ଓ ପ୍ରକୃତି ରୁ ବିଭିନ୍ନ ମାଧ୍ୟମରେ ନେଇଥାଉ ଏ ସବୁ ନେଇ ଯେତେବେଳେ ଆମେ ଏକ ନିର୍ଦ୍ଦିଷ୍ଟ ସ୍ଥିତି ରେ ପହଞ୍ଚୁ ସେତେବେଳେ ଆମେ ଅନ୍ୟ ମାନଙ୍କୁ ଦେବା ପାଇଁ ପ୍ରୟାସ ଆରମ୍ଭ କରିବା କଥା। ଅନ୍ୟ କୁ ପ୍ରଦାନ କରିବା ରେ ଯେଉଁ ଖୁସି ମିଳେ ତାହା ଜୀବନ ର ସବୁଠୁ ବଡ଼ ଖୁସି। ଏହି କ୍ରମରେ ଆଜି ରାଉରକେଲା ଠାରେ ଆର୍ଟ ଅଫ୍ ଗିଭିଙ୍ଗ ର ଦୁଇଟି କାର୍ଯ୍ୟକ୍ରମ ରାଉରକେଲା ର ଜଣାଶୁଣା ସମାଜସେବୀ ସୁରେଶ ପ୍ରଧାନ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୮ ସ୍ଥିତ ଆଶାର ଆଲୋକ ରେ ଥିବା ଅସହାୟ ବୃଦ୍ଧା ଓ ବୃଦ୍ଧ ଙ୍କୁ ବସ୍ତ୍ର ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଯଦ୍ୱାରା ସେମାନଙ୍କ ମୁହଁ ରେ ହସ ଫୁଟିଥିଲା। ଏଥିରେ କାନଭାସ ପରିବାର ର ସଦସ୍ୟ ଓ ସଦସ୍ୟା ମାନେ ସାମିଲ ହୋଇଥିଲେ। ସେହିପରି ପରେ ଟିମ୍ବର କଲୋନୀ ସ୍ଥିତ ଶାନ୍ତି ଭବନ ଠାରେ ପହଞ୍ଚିଥିଲେ। ଏଥିରେ ଥିବା ସମସ୍ତ ଅନ୍ତେବାସୀ ଙ୍କୁ ବିରିୟାନି ବଣ୍ଟନ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ର ଥିମ୍ ସେୟାର ଟୁ ସାଇନ୍ ସମ୍ପର୍କରେ ଅବଗତ ହେବା ସହ ସମସ୍ତ ଉପସ୍ଥିତ ସଦସ୍ୟ ଆଗାମୀ ଦିନରେ ସେମାନେ ନିଜ ନିଜ ର ପ୍ରତିଭା , କୌଶଳ ଓ ଜ୍ଞାନ ଅନ୍ୟ ମାନଙ୍କୁ ପ୍ରଦାନ କରିବା ପାଇଁ ଶପଥ ନେଇଥିଲେ।

