ପାପଡାହାଣ୍ଡି ତା 17//5-(ଉତ୍କଳ ସମାଚାର)ପାପଡାହାଣ୍ଡି ବ୍ଲକ ଅଧିନସ୍ତ ପଣ୍ଡିକୋଟ ପଂଚାୟତ ର ଗୁମିଦୋରା ଗ୍ରାମ ର ବୁଢାରଜା ମନ୍ଦିର ପାଖରେ ଏହି ଗ୍ରାମ ର ଗଣପତି ପାଇକ ସମାଜସେବୀ ଗୁମିଦୋରା ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି. ଏଥିରେ ଜିଲ୍ଲା ମୁଖ୍ୟ ଉପଦେଷ୍ଟା ନାରୀ ମହାସଂଘ -ରାଜେଶ ଜାନି, ଓଡିଶା କୃଷକ ସଭା ରାଜ୍ୟ କମିଟି ସଭ୍ୟ ଦେବରାଜ ନାଗ, ଜିଲ୍ଲା ଉପସଭାପତି ନାରୀ ସଙ୍ଘ ଦ୍ରୌପଦୀ ହରିଜନ, ସଂଗଠକ ଗୁମିଦୋରା କନକ ପାଇକ, ସଭାପତି ଗୁମିଦୋରା ସୁବର୍ଣ୍ଣ ନାୟକ ପ୍ରଭୁତି ଙ୍କ ନେତୃତ୍ୱ ରେ ରାଜାମାଟୁ, ଚାନ୍ଦିଲି, ଡ଼େଙ୍ଗାଗୁଡ଼ା, ଗୁମିଦୋରା, ନୂଆଗୁଡା କ, ଓ ଅମଲାଭଟ୍ଟା ଗ୍ରାମ ର ମହିଳା ମାନେ ମଦମୁକ୍ତ ଗ୍ରାମ ଗଠନ ପାଇଁ ସଭା କରି ଥିଲେ ଏଥିରେ ସେମାନଙ୍କୁ ନା ପୋଲିସ, ନା ଅବକାରୀ ପୋଲିସ କେହିବି ସମ୍ପୂର୍ଣ ସାହାଯ୍ୟ କରୁନଥିବା ପ୍ରକାଶ କରିଥିଲେ, ଉଦାହରଣ ଦେଇ କହିଲେ ଗତକାଲି ବାରୀଗୁଡା ମଦ ବନ୍ଦ ପାଇଁ ଯାଇଥିଲେ. ପୋଲିସ କୁ ଜଣାଇଥିଲେ ସେମାନଙ୍କ ସହିତ ଦୁଇ ଜଣ ଗୃହରକ୍ଷୀ ସାଙ୍ଗରେ ଯାଇଥିଲେ, ବାରିଗୁଡାରୁ 40ଲୋକ ଲାଠି ଧରିଗୋଡ଼େଇବାରୁ ଦୁଇ ଜଣ ଗୃହ କିଛି କରିପାରିନଥିଲେ ସେଠାରୁ ସମସ୍ତେ ଫେରି ଆସିଥଲୁ ସେଥିପାଇଁ ଗ୍ରାମର ପୁରୁଷ ଓ ପୋଲିସ ପାଖରୁ ସମ୍ପୂର୍ଣ ସାହାଯ୍ୟ ମିଳିଲେ ମଦ ବନ୍ଦ ହୋଇପାରିବ ବୋଲି ମତ ଦେଇଥିଲେ

