ରାଉରକେଲା ୧୯/୫,(ଉତ୍କଳ ସମାଚାର) ମଙ୍ଗଳବାର ଦିନ ବାଇକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ରାଜଗାଙ୍ଗପୁର ଏବଂ ରାଉରକେଲାରେ ଉତ୍ତେଜନା ପ୍ରକାଶ ପାଇଛି। ଚନା ଅନୁସାରେ, ଆଜି ରାଉରକେଲାରୁ ସମ୍ବଲପୁର ଯାଇଥିବା ବିଜୁ ଏକ୍ସପ୍ରେସୱେ, ଏସ୍ଏଚ୍-୧୦ର ଡିଭାଇଡରକୁ ଦୁଇ ଜଣ +୩ (ଯୁକ୍ତ ତିନି) ଛାତ୍ର ବାଇକ୍ ଯୋଗେ ଯାଉଥିବା ସମୟରେ ଧକ୍କା ଦେବା ଫଳରେ ମୃତ୍ଯୁବରଣ କରିଛନ୍ତି। ଜଣେ ମୃତ ଯୁବକ ରାଜଗାଙ୍ଗପୁରର ବାନ୍ଥୁପଡ଼ା ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣକ ରାଉରକେଲା ସେକ୍ଟର-୨ ଅଞ୍ଚଳର ବୋଲି ଜଣାପଡିଛି। ସେମାନେ ଯୁକ୍ତ ତିନି ପାଠ ପଢ଼ୁଥିଲେ। ମୃତକଙ୍କ ନାମ ଗୌରବ ଏବଂ ଚନ୍ଦନ ବୋଲି ଜଣାପଡିଛି। ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ପ୍ରାଥମିକ ସୂଚନା ଅନୁଯାୟୀ ବାଇକଟି ରାସ୍ତାର ଡିଭାଇଡରକୁ ଧକ୍କା ଦେଇଥିଲା। ଫଳରେ ଏକ ଗୁରୁତର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ତୁରନ୍ତ ଆହତ ହୋଇଥିବା ଉଭୟ ଛାତ୍ରଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ।ଏହି ହୃଦୟବିଦାରକ ଘଟଣା ରାଜଗାଙ୍ଗପୁରରେ ଶୋକର ଛାୟା ଖେଳାଇ ଦେଇଛି। ଦୁଇ ଯୁବ ଛାତ୍ରଙ୍କ ଅକାଳ ମୃତ୍ୟୁରେ ସମ୍ପର୍କୀୟ, ବନ୍ଧୁ ଏବଂ ସ୍ଥାନୀୟ ବାସିନ୍ଦା ଶୋକ ପ୍ରକାଶ କରିଛନ୍ତି।ଟଣାର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

