ପାପଡାହାଣ୍ଡି -23:5:26-(ଉତ୍କଳ ସମାଚାର) ପାପଡାହାଣ୍ଡି ଥାନା ଅନ୍ତର୍ଗତ କର୍ତ୍ତିଆଗୁଡା ଗ୍ରାମର ହରିସିଂ ଭତରା ( 45 ) ଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ଘର ନିକଟରେ ଥିବା ଏକ ଗମ୍ବାରୀ ଗଛ ରୁ ମିଳିଛି l ଗତକାଲି ରାତ୍ରି ସମୟରେ ହରିସିଂ ଘରୁ ବାହାରି ଆଉ ଘରକୁ ଫେରି ନ ଥିଲେ l ଆଜି ସକାଳୁ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରି ଥିଲେ ପରେ ତାଙ୍କ ମୃତ ଦେହ ଘର ନିକଟରେ ଥିବା ଖଳା ର ଏକ ଗମ୍ବାରୀ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ l ଏ ସମ୍ପର୍କ ରେ ତାଙ୍କ ପୁଅ ସମଦୁ ଭତରା ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପାପଡାହାଣ୍ଡି ପୋଲିସ ମୃତ ଦେହକୁ ଉଦ୍ଧାର କରି ତଦନ୍ତ କରି ଥାନାରେ ଏକ ଅପମୃତ୍ୟୁ ମାମଲା 3/26 ରୁଜୁ କରି ମୃତଦେହ କୁ ପୋଷ୍ଟମୋଟମ କରି ପରିବାରକୁ ହସ୍ତାନ୍ତର କରିଥିବା ତଦନ୍ତ କାରୀ ଅଧିକାରୀ ଶଶୀରଞ୍ଜନ ନାଗ ପ୍ରକାଶ କରିଛନ୍ତି l

