ରାଉରକେଲା ୨୪/୫,(ଉତ୍କଳ ସମାଚାର) ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନରେ ଆରମ୍ଭ କରାଯାଇଥିବା ଫିଟ୍ ଇଣ୍ଡିଆ ମୁଭମେଣ୍ଟ ମିସନ୍ ଅଧିନସ୍ଥ ୭୫ତମ ସଂସ୍କରଣରେ ଆଜି ରାଉରକେଲା ପୋଲିସ୍ ପକ୍ଷରୁ ସନଡେ ଅନ୍ ସାଇକେଲ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ରାଇଟ୍ ଟୁ-ଡେ ହେଲଦିଇର ଟୁମୋରୋ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହିତ ନିଜକୁ ସୁସ୍ଥ ରଖିବା ତଥା ଆସନ୍ତା କମନଓ୍ବେଲଥ ଗେମ୍ସ ୨.୦ ଏବଂ ୩.୦ ପ୍ରସ୍ତୁତି ପାଇଁ ରାଉରକେଲା ପୋଲିସ୍ ପକ୍ଷରୁ ଏହି ସନଡେ ଅନ୍ ସାଇକେଲ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି। ସନଡେ ଅନ୍ ସାଇକେଲ କ୍ୟାମ୍ପେନରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଏବଂ ପଶ୍ଚିମାଞ୍ଚଳ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ସମେତ ସମସ୍ତ ପୋଲିସ୍ କର୍ମଚାରୀ ଏବଂ ସାଧାରଣ ଲୋକମାନେ ମଧ୍ୟ ସାଇକେଲ ଚଳାଇଥିଲେ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲା ସହରରେ ରବିବାର ସକାଳେ ରାଉରକେଲା ଏସପି ନୀତେଶ ୱାଧୱାନିଙ୍କ ନେତୃତ୍ୱରେ “ସନଡେ ଅନ୍ ସାଇକେଲ” କ୍ୟାମ୍ପେନର ୭୫ତମ ସଂସ୍କରଣ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତେ ରାଜରାସ୍ତାରେ ସାଇକେଲ ଚଳାଇଥିଲେ। ଉଦ୍ଦେଶ୍ୟ ହେଲା ସାଇକେଲ ଚଳାଇ ବା ଶାରୀରିକ ବ୍ୟାୟାମ ମାଧ୍ୟମରେ ଫିଟ୍ ରହିବା। ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ଯାମ୍ପେନକୁ ଆରମ୍ଭ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ”ରାଇଡ୍ ଟୁଡେ, ଫିଟ୍ ଟୁମୋରୋ” ସ୍ଲୋଗାନ୍ ସଫଳ କରିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ହାତୀବାରି ପୋଲିସ୍ ପକ୍ଷରୁ ମଧ୍ୟ “ସନଡେ ଅନ୍ ସାଇକେଲ” କାର୍ଯ୍ୟକ୍ରମରେ ପୋଲିସଙ୍କ ସମେତ ସାଧାରଣ ଜନତା ମଧ୍ୟ ନିଜକୁ ସୁସ୍ଥ ରଖିବା ତଥା ଗାଡିର ଇନ୍ଧନ ବଞ୍ଚାଇବା ପାଇଁ ସାଇକେଲ ଚଳାଇଥିଲେ।

