ରାଉରକେଲା:23//5,(ଉତ୍କଳ ସମାଚାର)ଆଦର୍ଶ ପାଠାଗାରର ଉପଦେଷ୍ଟା ବାଉରୀବନ୍ଧୁ ସାହୁ ଓ ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘ ର ବରିଷ୍ଠ କର୍ମକର୍ତ୍ତା ଚୈତନ୍ୟ ନାୟକଙ୍କ ବିୟୋଗରେ କୋଏଲ ନଗର ଆରଏସପି ଅବସର ଭବନ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ ସମ୍ପାଦକ ପ୍ରେମାନନ୍ଦ ସାମଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ଦିବଙ୍ଗତ ଆତ୍ମାର ସଦଗତି କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ର, ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଜ୍ୟୋତି ରଞ୍ଜନ ମହାପାତ୍ର, ଡାକ୍ତର ବସନ୍ତ ଦାସ,ଟୁକୁଲା ପାଢ଼ୀ, କୁଞ୍ଜବିହାରୀ ରାଉତ,ଏଟମ ରଥ ଓ ସଂଘ ପକ୍ଷରୁ ସର୍ବଶ୍ରୀ ସୁରେନ୍ଦ୍ର କୁମାର ରାଉତ, ଅନିରୁଦ୍ଧ ଦାଶ, ଧନଞ୍ଜୟ ଦାସ, କପିଳେଶ୍ୱର ମହାରଣା, ସତ୍ୟନାରାୟଣ ଦାଶ, ପ୍ରେମାନନ୍ଦ ସାମଲ ପ୍ରମୁଖ ଦିବଙ୍ଗତ ଉଭୟଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭାପତିତ୍ବ କରୁଥିବା ଇଂ ଦାସ ଓ ସମସ୍ତ ବକ୍ତା ସ୍ବର୍ଗତ ନାୟକ ଓ ସ୍ବର୍ଗତ ସାହୁଙ୍କ ସମ୍ପର୍କରେ ମତ ରଖି କହିଲେ ଯେ ଉଭୟ ଥିଲେ ସହରର ଉତ୍ତୁଙ୍ଗ ବ୍ୟକ୍ତିତ୍ଵ। ସେମାନଙ୍କ ଆଦର୍ଶ ଓ ନୀତି ଆମମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଭାଷା , ସଂସ୍କୃତି ବଞ୍ଚାଇ ରଖିବା ପାଇଁ ଶ୍ରୀ ସାହୁ ଥିଲେ ଉତ୍ସର୍ଗୀକୃତ। ଉଭୟ ଦିବଙ୍ଗତ ଙ୍କ ସ୍ଵପ୍ନ କୁ ପୂରଣ କରିପାରିଲେ ତାହା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ଉଭୟଙ୍କୁ ସମର୍ପଣ କରି କବି କୁଞ୍ଜବିହାରୀ ରାଉତ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗଗନ ବିହାରୀ ଧଳ, ରାଧାନାଥ ରାଉତ, କୃଷ୍ଣଚନ୍ଦ୍ର ମହାନ୍ତି,ପ୍ରସନ୍ନ ଶତପଥୀ,ବି ରାଉତ, ସଚ୍ଚିଦାନନ୍ଦ ମିଶ୍ର, ଅକ୍ଷୟ ସାମଲ,ନକୁଳ ଲୋହାର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଭାପତି ଇଂ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

