ରାଉରକେଲା:23//5,(ଉତ୍କଳ ସମାଚାର) ଶ୍ରୀ ଶ୍ରୀ ଜଗନ୍ନାଥ କଳା ପରିଷଦ ରାଉରକେଲା ଦ୍ବାରା ଆୟୋଜିତ ଦ୍ବିଦିବସୀୟ ପୁଷ୍ପାଞ୍ଜଳି ନୃତ୍ୟ ମହୋତ୍ସବ ୨୦୨୬ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅନିତା ଅଗ୍ରୱାଲ, କାର୍ଯ୍ୟକାରୀ ସଭାପତି ସବିତା ମିଶ୍ରଙ୍କ ଆବାହକତ୍ୱ ସମ୍ପାଦିକା ପୁଷ୍ପା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିବସରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସୁଚିତ୍ରା ଲେଙ୍କା,ଓମପ୍ରକାଶ ବାପୁଡିଆ,ପୁରନମଲ ଅଗ୍ରୱାଲ, ନର୍ମଦା ସାହୁ, ପ୍ରଦୀପ କୁମାର ପଟ୍ଟନାୟକ ଓ ଆନନ୍ଦ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଦୀପିକା ମହିଳା ସଂହତିର ସଭାପତି ନମ୍ରତା ବର୍ମା, ସ୍ବତନ୍ତ୍ର ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ପ୍ରାକ୍ତନ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ମୁନ୍ନା ଖାଁନ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସୁଚିତ୍ରା ଲେଙ୍କା, ସମ୍ମାନିତ ଅତିଥି ଭାବେ ନଜିମା କାନେକର, ଚ୍ୟାମ୍ବର ଅଫ୍ କମର୍ସର ସଭାପତି ମଳୟ ମଣ୍ଡଳ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ସମାଜସେବୀ କମଳ ଅଗ୍ରୱାଲ ଓ ସୋଏବ ଆଲାମ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ନୃତ୍ୟ ସଂସ୍କୃତି ପ୍ରତି ସମର୍ପିତ ମନୋଭାବକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଡ ସମର ମୁଦାଲି, କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ ଓ ନୃତ୍ୟଗୁରୁ ମାଧବ ଚନ୍ଦ୍ର ପଲେଇ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନିଲ୍ ମଲ୍ଲିକ ଓ ଦିନେଶ ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରାଜଶ୍ରୀ ସ୍ବାଇଁ, ଗୀତାଞ୍ଜଳି ପଟ୍ଟନାୟକ, ମୀନତି ମଲ୍ଲିକ, ଅଙ୍ଗୁରବାଳା ଦଳେଇ, ଅନିତା ଦାସ,ରୋଜି ନାୟକ, ସ୍ବପ୍ନାରାଣୀ ରାଉତ, କଳ୍ପନା ମହାନ୍ତି, ବିଶ୍ବରଂଜନ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମ୍ପାଦିକା ପୁଷ୍ପା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

