ରାଜଗାଙ୍ଗପୁର 28/5/26:(ଉତ୍କଳ ସମାଚାର)(ସୁବାଷ ବେହେରା)ବୁଧବାର ଜଣେ ବ୍ୟବସାୟୀ ଙ୍କ ଘରେ ବିଦ୍ୟୁତ ଫେନ ମରାମତି କରିବା ପାଇଁ ଯାଇ ସେଠାରେ ବିଦ୍ୟୁତ ଆଘାତ ରେ ଯୁବକ ର ମୃତ୍ୟୁ ହେବା ଜଣା ଯାଇଛି l ଶେଷ ଶ୍ରୁତ ରୁ ଜଣା ଯାଇଛି ଯେ ରାଜଗାଙ୍ଗପୁର ସହର ର ଶାନ୍ତି ନଗର ରେ ଜଣେ ବ୍ୟବସାୟୀ ଙ୍କର ଷ୍ଟାଣ୍ଡ ଫେନ ଟି ଖରାପ ଥିବା ଫେନ ଟିକୁ ଭାଟା ପଡା ନିବାସୀ ଅମରଜିତ ସିଂ ଙ୍କ ପୁଅ ମଞ୍ଜିତ ସିଂ (19)କୁ ପଙ୍ଖା ମରାମତି କରିବା ପାଇଁ ଡାକି ଥିଲେ l ସେ ଯାଇ ଫେନ ଟିକୁ ମରାମତି କରିବା ଆରମ୍ଭ କରିବା ଥିଲେ କୌଣସି କାରଣ ରୁ ବିଦ୍ୟୁତ ସ୍ବର୍ଶରେ ଆସି ଯାଇଥିଲେ କିନ୍ତୁ ବ୍ୟଵସାୟୀ ଜଣଙ୍କ ବିଦୂତ ଆଘାତ ହୋଇଥିବା ଜାଣିବାରେ ବିଳମ୍ବ ହୋଇଥିଲା କିନ୍ତୁ ହଟାତ ଦେଖିଵା ସମୟକୁ ମୃର୍ମୁଷ ଅବସ୍ଥାରେ ମଞ୍ଜିତ କୁ ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ ସେଠାରେ ତାକ୍ତର ମୃତ ଘୋଷଣା କରିଥିଲେ l ପୋଲିସ ପହଞ୍ଚି ତଦନ୍ତ କରି ମଞ୍ଜିତ ର ମୃତ ଶରୀର କୁ ଜବତ କରି ଅପମୃତ କେସ ରୁଜୁ କରି ଶବ ବ୍ୟବଛେଦ କରି ଥିଲେ l ଏହି ଘଟଣା କୁ ନେଇ ଲୋକଙ୍କ ମନରେ ସନ୍ଦେହ ଯାତ ହେଉ ଅଛି ଯଦି ସେହି ବ୍ୟବସାୟୀ ତାଙ୍କୁ ଫେନ ମରାମତି ପାଇଁ ଡାକି ଥିଲେ ତାହେଲେ ତାର ଇଲେକ୍ଟ୍ରିକ କାମରେ ଅଭିଜ୍ଞତା ଏବଂ ବୈଷୟିତ୍ୱ ଜ୍ଞାନ ଥିଲା କି ନାହିଁ ତାର ଉପରେ ଗୃହ ମଲ୍ଲିକ ଯାଞ୍ଚ କରି ତାକୁ ମରାମତି କାର୍ଯ୍ୟ କରାଉଥିଲେ କି?ଲେବର ଆଇନ ରେ ଥିବା ଅନୁଯାଇ ତାର ଯଦି ସେହି ପରି ଅଭିଜ୍ଞତା ନଥିଲା ତାହାହେଲେ ତାର ମୃତ୍ୟୁର ପାଇଁ ଗୃହ କର୍ତ୍ତା ସମ୍ପୂର୍ଣ ଦାଇ ରହିବା ସହ ତାର କ୍ଷତି ଭରଣ କରିବା ନିୟମ ରହିଛି l ପ୍ରଶାସନ ଏହା ଉପରେ ତଦନ୍ତ କରି ଉପ ଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୃଦ୍ଧି ଯିବି ମାନେ ଦାବୀ କରିଛନ୍ତି l

