ରାଉରକେଲା ୨୮/୫,(ଉତ୍କଳ ସମାଚାର)ପଦ୍ମିନୀ ଏକାଦଶୀ ଅବସରରେ ରାଉରକେଲାର ହନୁମାନ ଭାଟିକା ପରିସର ସ୍ଥିତ ତ୍ରିଶକ୍ତି ମନ୍ଦିରରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଶ୍ୟାମ ବାବାଙ୍କୁ ଫୁଲରେ ସଜ୍ଜିତ କରାଯାଇ ଏକ ଦିବ୍ୟ ଜ୍ଯୋତି ପ୍ରଜ୍ଜ୍ୱଳନ କରାଯାଇଥିଲା। ମନ୍ଦିରର ପୁରୋହିତଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜା କରାଯିବା ପରେ, ପଶ୍ଚିମବଙ୍ଗର କୋଲକାତାରୁ ଆସିଥିବା ମାହି ଗର୍ଗ ଭକ୍ତମାନଙ୍କୁ ଶ୍ୟାମ ବାବାଙ୍କ ଭଜନ ଗୋଟିଏ ପରେ ଗୋଟିଏ ଗାନ କରିଥିଲେ। ଏହି ଭଜନ ଶୁଣି ଭକ୍ତମାନେ ନାଚିବା ଆରମ୍ଭ କରିଥିଲେ। ମହେଶ ମ୍ୟୁଜିକାଲ୍ ଗ୍ରୁପ୍ ଭଜନ ସନ୍ଧ୍ୟାରେ ଅଧିକ ଆକର୍ଷଣୀୟ କରିଥିଲେ। ସନ୍ଧ୍ୟା ୭ଟାରୁ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିପାଇଁ ତ୍ରିଶକ୍ତି ମନ୍ଦିର ପରିସରକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଥିଲା। ରାଣୀ ସତୀ ଏବଂ ସାଲାସର ହନୁମାନଙ୍କ ଦରବାରକୁ ମଧ୍ୟ ଫୁଲରେ ସଜାଯାଇଥିଲା। ଏହି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ରାଉରକେଲା ଏବଂ ନିକଟବର୍ତ୍ତୀ ଅଞ୍ଚଳର ଶ୍ୟାମ ଭକ୍ତମାନେ ଅଂଶଗ୍ରହଣ କରିଥିଲେ। ଶେଷରେ, ଶ୍ୟାମ ବାବାଙ୍କ ଆରତୀ କରାଯାଇଥିଲା ଏବଂ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ମନ୍ଦିର କମିଟି ଦ୍ୱାରା ଏକ ଭୋଜି ମଧ୍ୟ ଆୟୋଜନ କରାଯାଇଥିଲା।

