ରାଉରକେଲା:29//5,(ଉତ୍କଳ ସମାଚାର) ଆଜି ସଂଧ୍ୟା ୬ ଘଟିକା ସମୟରେ ସେକ୍ଟର-୩ ସ୍ଥିତ ଖଡ୍ଗ ଭବନ ପରିସରରେ ଖଣ୍ଡାୟତ ମହାସଭାର ଏକ ଜରୁରୀ ବୈଠକ ଆୟୋଜିତ ହୋଇଯାଇଛି। ଖଣ୍ଡାୟତ ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନାରାୟଣ ସାମଲ, ଅକ୍ଷୟ କୁମାର ଦାସ, ଜଗନ୍ନାଥ ରାଉତ, ସୁବ୍ରତ କୁମାର ମଲ୍ଲିକ, ଶମ୍ଭୁନାଥ ପରିଡ଼ା ଓ ଉଗ୍ରସେନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ଜୁନ୍ ୭ ତାରିଖ ସକାଳ ୭ଟା ସମୟରେ ମହାସଭାର ସଭାପତି ତଥା ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲିପ ରାୟଙ୍କୁ ଭବ୍ୟ ସ୍ଵାଗତ କରିବା ପାଇଁ ସ୍ଥିର କରାଯାଇଛି। ଏହି ସଭାରେ ସାଂସଦଙ୍କ ରାଉରକେଲା ପ୍ରତିନିଧି ରଣଜିତ କୁମାର ନାୟକ ଉପସ୍ଥିତ ରହି ସମସ୍ତ ସହଯୋଗ ଓ ଯୋଗାଯୋଗ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ତାଙ୍କୁ ଉପସ୍ଥିତ ସମସ୍ତ ସଭ୍ୟ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

