ନବରଙ୍ଗପୁର:1//6,(ଉତ୍କଳ ସମାଚାର)ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଓଡ଼ିଶା ୨୦୨୬ ପରିପେକ୍ଷିରେ ଆଜି ୭୫- ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନବରଙ୍ଗପୁର ପୌରପାଳିକାର ବିଭିନ୍ନ ନିର୍ବାଚନ ବୁଥ ଅନ୍ତର୍ଗତ ୱାର୍ଡ ମାନଙ୍କରେ ଉପ ଜିଲ୍ଲାପାଳ ତଥା ଇ ଆର୍ ଓ ପ୍ରକାଶ କୁମାର ମିଶ୍ର ବି ଏଲ ଓ ମାନଂକ ଘର କୁ ଘର ଯାଇ ପରିଗଣନା ଫର୍ମ ବିତରଣ କାର୍ଯ୍ୟ ତଦାରଖ କରିଥିଲେ। ଏହି ତଦାରଖ କାର୍ଯ୍ୟକ୍ରମରେ ପୌରପାଳିକା ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ,ସୁପରଭାଇଜର୍ ସନ୍ତୋଷ ପାତ୍ର ,ରାଜେଶ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ବି ଏଲ ଓ ମାନେ ଯେଭଳି ପରିଗଣନା ଫର୍ମ ବିତରଣ ଏବଂ ଫର୍ମ ପୂରଣ ବାଦ ସଂଗ୍ରହ ,ଭୋଟର ମାନଙ୍କୁ ସଠିକ୍ ଓ ନିର୍ଭୁଲ ତଥ୍ୟ ତଥ୍ଯ ପ୍ରଦାନରେ ସହଯୋଗ କରିବେ ତା ଉପରେ ଗୁରୁତ୍ବ ଦେଇଥିଲେ। ଭୋଟର ତାଲିକା ଯେଭଳି ସ୍ବଚ୍ଛ, ତ୍ରୁଟିଶୂନ୍ୟ ରହିବ ତା ଉପରେ ବି ଏଲ ଓ ମାନଙ୍କୁ ତାଲିମ ଦିଆଯାଇଛି। ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଆସନ୍ତା ଜୁନ୍ ମାସ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

