ଗୁପ୍ତ ସୂଚନା ଆଧାରରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଡକାୟତି ଯୋଜନା କରୁଥିବା ୬ ଅଭିଯୁକ୍ତ ଗିରଫ
ରାଜଗାଙ୍ଗପୁର:1//6.(ଉତ୍କଳ ସମାଚାର) ରାଜଗାଙ୍ଗପୁର ପୁଲିସ ଗୁପ୍ତ ସୂଚନା ଆଧାରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରି କୁନମୁରୁ ପେଟ୍ରୋଲ ପମ୍ପ ପଛପଟେ ଡକାୟତି ଯୋଜନା କରୁଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଏକ ବଡ଼ ଅପରାଧିକ ଘଟଣାକୁ ଏଡ଼ାଇବାରେ ସଫଳତା ହାସଲ କରିଛି। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ପ୍ରାପ୍ତ ସୂଚନା ଅନୁସାରେ, ଗତ ରାତି ପ୍ରାୟ ୧:୩୦ ସମୟରେ ରାଜଗାଙ୍ଗପୁର ଥାନା ପୁଲିସ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବା ବେଳେ ଏକ ନିର୍ଭରଯୋଗ୍ୟ ଗୁପ୍ତ ସୂଚନା ପାଇଥିଲା। ସୂଚନାରେ କୁହାଯାଇଥିଲା ଯେ, କୁନମୁରୁ ପେଟ୍ରୋଲ ପମ୍ପ ପଛପଟୁ ପ୍ରାୟ ୨୦୦ ରୁ ୩୦୦ ମିଟର ଦୂରରେ କିଛି ଅସାମାଜିକ ତତ୍ତ୍ୱ ଘାତକ ଅସ୍ତ୍ରଶସ୍ତ୍ର ସହ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଛନ୍ତି। ସୂଚନା ପାଇବା ମାତ୍ରେ ପୁଲିସ ତତ୍ପରତା ଦେଖାଇ ତୁରନ୍ତ ଚଢ଼ାଉ କରି ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରିଥିଲା।ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ଏକ ବଡ଼ ଅପରାଧିକ ଘଟଣା ଘଟାଇବା ପାଇଁ ପ୍ରସ୍ତୁତି କରୁଥିଲେ। ସମୟୋପଯୋଗୀ ପୁଲିସ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ଭାବ୍ୟ ଡକାୟତି ଘଟଣାକୁ ରୋକାଯାଇପାରିଛି।ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ମହମ୍ମଦ ସମସର ଆଲମ ଓରଫ ଡାବୋ (୪୧), ମହମ୍ମଦ ସଲିମ (୩୭), ଶୁଭମ ସାହୁ ଓରଫ ପିଚୁ (୨୮), ନାରାୟଣ ମିଞ୍ଜ (୪୫), ସୋନୁ ପଟ୍ଟନାୟକ ଓରଫ ଛୋଟୁ (୩୦) ଏବଂ ଦୀପକ ମହତୋ ଓରଫ ଦିପକା (୩୨) ରହିଛନ୍ତି। ସମସ୍ତ ଅଭିଯୁକ୍ତ ରାଜଗାଙ୍ଗପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନର ବାସିନ୍ଦା ବୋଲି ଜଣାପଡ଼ିଛି।ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୧୦(୪)/୩୧୦(୫) ଏବଂ ଆର୍ମସ ଆକ୍ଟର ଧାରା ୨୫ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଗୁପ୍ତ ସୂଚନା ଆଧାରରେ କରାଯାଇଥିବା ଏହି ବଡ଼ କାର୍ଯ୍ୟାନୁଷ୍ଠାନ କୁ ପୁଲିସ ର ଏକ ବଡ଼ ସଫଳତା ବୋଲି

