ରାଉରକେଲା ୧/୬,(ଉତ୍କଳ ସମାଚାର)ଚଳିତ ମାସ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ରୋମାନିଆ ର ବୁଚାରେଷ୍ଟ ସହର ରେ ବିଶ୍ବ କ୍ୱ।ନ୍ କି ଡୋ ଚାମ୍ପିଅନସିପ ହୋଇଥିଲା ।ଏହି ବିଶ୍ଵ କ୍ୱନ୍ କି ଡୋ ଚାମ୍ପିଅନସିପ ରେ ଭାରତରୁ କ୍ବlନ୍ କି ଡୋ ଫେଡେରେସନ ଅଫ ଇଣ୍ଡିଆ ତତ୍ତ୍ୱାବଧାନରେ ଏକ ୧୨ ଜଣିଆ ଦଳ ରୋମାନିଆ ଗସ୍ତ କରିଥିଲେ। ଭାରତ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରୁ ରୋନାକ କରନ ଏହି ଚାମ୍ପିୟନସିପରେ ସିନିୟର୍ ଫାଇଟ୍ ବିଭାଗରେ ଅଂଶ ଗ୍ରହଣ କରି କାଂସ୍ୟ ପଦକ ହାସଲ କରିଛନ୍ତି ଏବଂ ଦେଶ ରାଜ୍ୟ ତଥା ଜିଲ୍ଲା କୁ ଗୌରବ ଅଣିଛନ୍ତି ।ରୋନକ ହେଉଛନ୍ତି ଏକ ମଧ୍ୟବିତ୍ତ ପରିବାର ର ପିତା ଅଜିତ୍ କରନ ଏବଂ ମାତା ସାବିତ୍ରୀ କରନଙ୍କ ସୁପୁତ୍ର । ସେ ସୁନ୍ଦରଗଡ ଜିଲ୍ଲା ର ଏକ ଛୋଟ ସହର ରାଜଗାଙ୍ଗପୁରରେ ରୁହନ୍ତି । ତାଙ୍କର ଏହି କଠିନ ପରିଶ୍ରମ ପାଇଁ ବିଶ୍ଵମଞ୍ଚରେ ଦେଶର ନାମ ଶୀର୍ଷରେ ରଖିପାରିଛନ୍ତି।ଏହି ଗୌରବ ପାଇଁ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, କ୍ୱ।ନ କି ଡୋ ଫେଡେରେସନ ଅଫ ଇଣ୍ଡିଆ ର (ସି.ଇ.ଓ) ସତିଶ ଧୂଲ ଜି , ସେକ୍ରେଟାରୀ ସୁମିତ୍ ଧୁଲ ଜି ,ୱର୍କିଙ୍ଗ ସେକ୍ରେଟାରୀ ଅମିତ ସିଂ ଜି ଶୁଭେଛା ଜଣାଇଛନ୍ତି ।କ୍ଵ।ନ୍ କି ଡୋ ଆସୋସିଏସନ୍ ଓଡିଶା ର ସଭାପତି ଗାଡୁ ବାଗ , ଚେୟାରମ୍ୟାନ ସଚ୍ଚିଦାନନ୍ଦ ବିଶ୍ୱାଳ,ସେକ୍ରେଟାରୀ ପଙ୍କଜିନି ବିଶ୍ୱାଳ ,ଓଡ଼ିଶା ଟେକ୍ନିକାଲ ଡାଇରେକ୍ଟର ତଥା କୋଚ୍ ବିଶ୍ୱଜିତ୍ ବାରିକ୍ , ସୁଦାମ କୁମାର ପ୍ରଧାନ, ରୋହିତ୍ କୁମାର ଦିପ ଏବଂ ଆସୋସିଏସନ୍ ର ସମସ୍ତ କର୍ମକର୍ତ୍ତା ଓ ଅଭିଭାବକଙ୍କ ଉପସ୍ଥିତି ରେ କୋଏଲ ନଗର ରିଟାଏଡ ଆସୋସିଏସନ୍ କ୍ଲବ ଠାରେ ରୋନକ କରନନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି ।ଏହି ସଫଳତା ପାଇଁ ସହରରେ ଖୁସିର ଲହରୀ ଖେଳିଯାଇଛି ।।

