ରାଉରକେଲା,2//6,(ଉତ୍କଳ ସମାଚାର): ମାରୱାଡ଼ି ଯୁବ ମଞ୍ଚ ଜାଗୃତି ଶାଖାର ନବଗଠିତ ଟିମ୍ ସଭାପତି ପ୍ରଭା ଅଗ୍ରୱାଲଙ୍କ ନେତୃତ୍ୱରେ ସେବା ଓ ଜନକଲ୍ୟାଣର ସଂକଳ୍ପ ସହିତ ଏକ ସଙ୍ଗେ ପାଞ୍ଚଟି ଅମୃତଧାରା ପିଉସା (ଜଳଛତ୍ର) ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ମଙ୍ଗଳ ଭବନ ନିକଟସ୍ଥ ପ୍ରୟାଗ ଭବନ ପଛପଟେ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚର ପ୍ରାଦେଶିକ ଏବଂ ରାଉରକେଲା ଶାଖାର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରଥମ ପିଉସାର ଲୋକାର୍ପଣ କରାଯାଇଛି।ଏହି ପିଉସାଟି ସମାଜସେବୀ ସ୍ୱର୍ଗତ ଦୀପକ ମୋଦୀଙ୍କ ସ୍ମୃତିରେ ସମର୍ପିତ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ଶାଖାର ନୂତନ ଟିମ୍ ସମାଜସେବା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇ କହିଛନ୍ତି ଯେ, ଗ୍ରୀଷ୍ମ ଋତୁରେ ପଥିକମାନଙ୍କୁ ଶୀତଳ ପାନୀୟ ଜଳ ଯୋଗାଇଦେବା ଏକ ଗୁରୁତ୍ୱପୂର୍ଣ୍ଣ ମାନବୀୟ ସେବା ଅଟେ।ଅବଶିଷ୍ଟ ପ୍ରକଳ୍ପ: ଶାଖା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଅବଶିଷ୍ଟ ଚାରୋଟି ଅମୃତଧାରା ପିଉସା ସହରର ବିଭିନ୍ନ ସାର୍ବଜନୀନ ଏବଂ ଆବଶ୍ୟକତା ଥିବା ଅଞ୍ଚଳରେ ସ୍ଥାପନ କରାଯିବ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ସ୍ୱଚ୍ଛ ପାନୀୟ ଜଳର ସୁବିଧା ପାଇପାରିବେ। ଏହି ଅବସରରେ ମଞ୍ଚର ଅନେକ ସଦସ୍ୟ ଏବଂ ଗଣ୍ୟମାନ୍ୟ ନାଗରିକ ଉପସ୍ଥିତ ଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାଦେଶିକ ସଭାପତି ଯୁବ ଅଜୟ ଶର୍ମା, ପୂର୍ବତନ ପ୍ରାଦେଶିକ ସଭାପତି ନରେଶ ଅଗ୍ରୱାଲ, ଜାତୀୟ ସହକାରୀ ସମ୍ପାଦକ ରୋହିତ କାବ୍ରା, ପ୍ରାଦେଶିକ କୋଷାଧ୍ୟକ୍ଷ ସୂରଜ ବାପୋଡିଆ, ପ୍ରାଦେଶିକ ସହକାରୀ ସମ୍ପାଦକ (ମଣ୍ଡଳ-୪) ରାହୁଲ ଅଗ୍ରୱାଲ, ‘ନର ସେବା ନାରାୟଣ ସେବା’ରୁ ଚନ୍ଦନ ଅଗ୍ରୱାଲ ଭାଇ, ସ୍ଥାୟୀ ଅମୃତଧାରାର ପ୍ରଥମ ଦାତା ଦୀପକ ମୋଦୀ ଭାଇ, କ୍ଲୋଥ୍ ଆସୋସିଏସନ ସଭାପତି ଉମଙ୍ଗ ଅଗ୍ରୱାଲ ଏବଂ ଜାଗୃତି ଶାଖା ଟିମ୍ରୁ ବିଦାୟୀ ସଭାପତି ଅନାମିକା ମିତ୍ତଲ, ପୂର୍ବତନ ସଭାପତି ନୈନା ଅଗ୍ରୱାଲ, ଶଶି ଅଗ୍ରୱାଲ, ବରଖା ଜୈନ, ସମ୍ପାଦିକା କଞ୍ଚନ ଅଗ୍ରୱାଲ ଓ ଜାଗୃତି ଶାଖାର ସଦସ୍ୟମାନଙ୍କ ଗରିମାମୟ ଉପସ୍ଥିତିରେ ଏହା ସମ୍ପୂର୍ଣ୍ଣ ହୋଇଛି।

