ରାଉରକେଲା ୬/୬,(ଉତ୍କଳ ସମାଚାର) ରାଉରକେଲା ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିଶ୍ରା, ବନ୍ଧମୁଣ୍ଡା ଅଞ୍ଚଳରେ ଚଢ଼ାଉ କରି ୭ଟି କେସ ଏବଂ ଗୋଟିଏ କେସ୍ ମୋଟ ୮ଟି କେସ ରୁଜୁ କରାଯିବା ସହିତ ମୋଟ ୩୯୬ ଲିଟର ବେଆଇନ ମହୁଲି ମଦ ଜବତ କରାଯାଇଛି। ଏଥିସହିତ ୭୫୦୦ କିଗ୍ରା ମହୁଲ ପୋଚ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି। ଘଟଣାରେ ୭ ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନକ ନାମ ଅର୍ଜୁନ ମାହାଲି, ସରସ୍ବତୀ ଏକ୍କା, ସିଲାସ ହଂସ, ମହାଦେବ ତିର୍କୀ, ଲାଧୁ ତିର୍କୀ, କରଣ ତିର୍କୀ, ଚୈତ କୁମ୍ଭାର । ଏହି ଚଢ଼ାଉରେ ଅବକାରୀ ଇନିସପେକ୍ଟର ମୋହନ ପଧାନ ଓ ଇନିସପେକ୍ଟର ହେମନ୍ତ ମହାନନ୍ଦିଆ, ଏଏସ୍ଆଇ ବିନୋଦିନୀ ବେହେରା , ବିଦୂତ ଭୂଷଣ ଦାଶ ଓ ଯୁବରାଜ ବାଗ ଓ ଷ୍ଟାଫ୍ଫ ଗୋବର୍ଦ୍ଧନ ବିଶି, ସୌମ୍ୟ ରଞ୍ଜନ ସାହୁ, ଆୟେଶା ମିଂଜ଼, ତ୍ରିଲୋଚନ ପାଢ଼ୀ, ପ୍ରଦୀପ ଲୁଗୁନ , ସୁକାନ୍ତ ଅମାତ, ବବୁଲ ସ୍ୱାଇଁ, ଭିକଟୋରିଆ ଡୁଙ୍ଗଡୁଙ୍ଗ, ଲିଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ, ଜଗନ୍ନାଥ ମୁଣ୍ଡାରୀ ପ୍ରମୁଖ ସାମିଲ ଥିଲେ।

