ରାଜଗାଙ୍ଗପୁର:7//6,(ଉତ୍କଳ ସମାଚାର)ନିର୍ବାଚନ ମଣ୍ଡଳୀ (ସୁବାଷ ବେହେରା)ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ମାଲି ଡ଼ି ହି ପଞ୍ଚାୟତର ଭଗତଟୋଲା ଅଞ୍ଚଳରେ ଅବସ୍ଥିତ ଏକ ଖଣିର ଇ-ଅକ୍ସନ ପ୍ରକ୍ରିୟା ସମ୍ପର୍କରେ ଶୁକ୍ରବାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଏକ ଗୁରୁତ୍ଵପୂର୍ଣ ଗ୍ରାମସଭା ଆୟୋଜନ କରାଯାଇଥିଲା । ଏହି ଗ୍ରାମସଭାରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ପୁଲିସ ପ୍ରଶାସନ, ରାଜସ୍ଵ ବି ଭାଗର ଅଧୂକାରୀ ଓ ଅନ୍ୟାନ୍ୟ ସର କାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ମାତ୍ର ଖଣି ସମ୍ପର୍କିତ କୌଣସି ଅଧିକାରୀ ଏହି ଗ୍ରାମସଭାରେ ଉପସ୍ଥିତ ନ ଥିବାରୁ ସଭା ଆରମ୍ଭ ହୋଇପାରି ନଥ୍ ଲା । ସୂଚନା ଅନୁସାରେ, ଖଣିର ଇ-ଅକ୍ସନ ସମ୍ପର୍କ ରେ ଗ୍ରାମବାସୀଙ୍କ ମତାମତ ସଂଗ୍ରହ ଏବଂ ଆଇନଗତ ପ୍ରକ୍ରି ୟା ପୂରଣ କରିବା ଉଦ୍ଦେଶ୍ୟରେ ଏହି ଗ୍ରାମସଭା ଡାକା ଯାଇଥିଲା। ଗ୍ରାମସଭାକୁ ନେଇ ଗ୍ରାମାଅଞ୍ଚଳ ବାସୀଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଦେଇଥିଲା ଏବଂ ବହୁ ସଂଖ୍ୟକ ଗ୍ରାମ ବାସି ସଭାସ୍ଥଳରେ ଉପସ୍ଥିତ ଥିଲେ । କିନ୍ତୁ ଖଣି ବିଭାଗର ପ୍ରତିନିଧ୍ ପାଇଁ କୌଣସି ଅଧୂକାରୀ ମାନେ ଉପସ୍ଥିତ ନ ଥିବାରୁ ଗ୍ରାମବାସୀ ମାନେ ଖଣି ସମ୍ପର୍କିତ ବିଭିନ୍ନପ୍ରଶ୍ନର ଉତ୍ତର ପାଇ ପାରିନଥିଲେ। ଏହା ପରେ ଉପସ୍ଥିତ ଅଧୂକାରୀ ମାନେ ଆଲୋଚନା କରି ଗ୍ରାମ ସଭାକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ।ଗ୍ରାମସଭା ବାତିଲ ହେବା ଖବର ପ୍ରକାଶ ପାଇବା ପରେ ଉପସ୍ଥିତ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ I ଦୂରଦୂରାନ୍ତରୁ ସମୟ ବାହାର କରି ସଭାକୁ ଆସି ଥିବା ଲୋକମାନେ ଏହାକୁ |ପ୍ରଶାସନିକ ଅବହେଳା ବୋଲି ଅଭିଯୋଗ କରିଥିଲେ।ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉପସ୍ଥିତ ଅତିରିକ୍ତ ତହସିଲଦାର କିରଣ କୁମାର ସୋରେନ ଗ୍ରାମବାସୀଙ୍କ ସମ୍ମୁଖରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ଖଣି ବିଭାଗର ଅଧୀକାରୀମାନଙ୍କ ଅନୁପସ୍ଥିତି କାରଣରୁ ଗ୍ରାମସଭା ସଠିକ୍ ଭାବେ ଆୟୋଜନ କରାଯାଇପାରିଲା ନାହିଁ ଏବଂ ଖୁବ ଶୀଘ୍ର ପୁନର୍ବାର ଗ୍ରାମସଭା ଡାକି ଗ୍ରାମବାସୀଙ୍କ ମତାମତ ଗ୍ରହଣ କରାଯିବ।ବୋଲି କହିଥିଲେ

