ରାଉରକେଲା:9//6,(ଉତ୍କଳ ସମାଚାର) ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ୧୨୬ ତମ ଶହୀଦ ଦିବସରେ ତାଙ୍କ ପ୍ରତିମୂର୍ତୀରେ ଭକ୍ତିପୁତ ଶ୍ରଦ୍ଧାଞଳୀ ଅର୍ପଣ କରାଯାଇଛି । ବିର୍ସା ଛକଠାରେ ବିର୍ସା ମୁଣ୍ଡା ଷ୍ଟାଚ୍ୟୁ କମିଟିର ସଂପାଦକ ପ୍ରଫେସର ବିଜୟ କୁମାର ଟପ୍ପୋଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ରାଉରକେଲା ମହାନଗର ନିଗମର ଯୁଗ୍ମ-ଆୟୁକ୍ତ ପଲ୍ଲବୀ ନାୟକ, ବିଶିଷ୍ଟ ସମାଜସେବୀ ହରିହର ରାଉତରାୟ, ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁଜୁର ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୀମା ‘ତିମା ଏକ୍କା ଯୋଗଦେଇ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତୀରେ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଂପାଦିକା ଲତିକା ପଟ୍ଟନାୟକ, ରାଜ୍ୟ ଶକ୍ତବାହିନୀ ସଭାନେତ୍ରୀ ଶ୍ରଦ୍ଧା ଷଡଙ୍ଗୀ, ହମିରପୁର ଉନ୍ନୟନ ପରିଷଦର ଅ୍ମକ୍ଷ ଡ.ସୁମନ ଦତ,ସାଗରିକା ୱେଲ‘ର ଟ୍ରଷ୍ଟର ସଭାନେତ୍ରୀ ଜୟନ୍ତୀ ଦାସ, ବିଜେପି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ବିଜେଡି ନେତା ତଥା ଷ୍ଟାଚ୍ୟୁ କମିଟି ସଦସ୍ୟ ଗଗନ ପଣ୍ଡା, ବରିଷ୍ଠ ବିଜେଡି ନେତା ବିରେନ ସେନାପତି, ଉତ୍କଳ ସମ୍ମଳନୀ ରାଉରକେଲା ଶାଖା ସଭାପତି ସୁଦାମ ଦାସ, ବରିଷ୍ଠ କଂଗ୍ରେସ ନେତା ରାମାନନ୍ଦ ଶ୍ରୀଚନ୍ଦନ, ସର୍ବ ସମ୍ମନ୍ୱୟ ସଂଘର ଉପସଭାପତି କୈଳାସ ମାହାଳି, ଭାରତୀୟ ଯୁବ ହୋଷ୍ଟେଲ ଉପସଭାପତି ଅମିତାଭ ଠାକୁର, ସମାଜସେବୀ ଗୀତାଜଂଳୀ ସାମଲ,ପ୍ରମିଳା ରଣା ତଥା ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତା ପ୍ରମୁଖ ଯୋଗଦେଇ ଧରିତୀ ଆବ୍ବା ବୀର ବିର୍ସା ମୁଣ୍ଡାଙ୍କ ପ୍ରତି ଭକ୍ତିପୁତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଷ୍ଟାଚ୍ୟୁ କମିଟିର ଯୁଗ୍ମ-ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରି କହିଲେ ଯେ ବୀର ବିର୍ସା ମୁଣ୍ଡାଙ୍କ ନିତୀ, ଆଦର୍ଶ ଓ ଦେଶ ପାଇଁ ବଳିଦାନ ଏ ଜାତିକୁ ସମୃଦ୍ଧ କରିଛି । କମିଟିର ସଂପାଦକ ପ୍ରେ‘ସର ଟପ୍ପୋ କହିଲେ ଯେ ବିର୍ସା ମୁଣ୍ଡା ଷ୍ଟାଚ୍ୟୁ କମିଟି ପକ୍ଷରୁ ଅନେକ ଜନ ହିତକର କାର୍ଯ୍ୟ ହାତକୁ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ତେଣୁ ସେମାନେ ଧନ୍ୟବାଦର ପାତ୍ର । ଗତ ନଭେମ୍ବର ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିର୍ସାମୁଣ୍ଡାଙ୍କୁ ଶ୍ରଦ୍ଧାଂଜଳୀ ଅର୍ପଣ କଲାପରେ ରାଜ୍ୟ ସରକାର ଷ୍ଟାଚ୍ୟୁ କମିଟିକୁ ପ୍ରଦାନ କରିଥିବା ୧୦ ଏକର ଜମିକୁ ତୁରନ୍ତ ହସ୍ତାନ୍ତର କରିବାକୁ ସମସ୍ତ କାଗଜପତ୍ର ଅର୍ପଣ କରିଥିଲୋ କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନଥିବାରୁ ପୁନଃ ମୁଖ୍ୟମନ୍ତ୍ରୀ ଏଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଷ୍ଟାଚ୍ୟୁ କମିଟିର ଉପସଭାପତି ମାର୍ସଲ କାଣ୍ଡୁଲାନା ଓ ଡା.ଏମ.ସୋରେନ, କୋଷା୍ମକ୍ଷ ସୁବାସ ଚନ୍ଦ୍ର ସାହୁ, ବରିଷ୍ଠ ସଦସ୍ୟ ପି.ଏଲ.ନାୟକ, ମନୋରଂଜନ କାଣ୍ଡୁଲାନା,ପ୍ରମୋଦ କୁମାର ବକ୍ସି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଡା.ସୋରେନ ଧନ୍ୟବାଦ ଦେଇଥିଲେ ।

