ରାଜଗାଙ୍ଗପୁର 11/6/26:(ସୁବାଷ ବେହେରା) ରାଜଗାଙ୍ଗପୁର ବ୍ଲକ କୁନମୁର ପଞ୍ଚାୟତ ର ଲମଲୋଇ ଗ୍ରାମର ଯୁବକ ଘର ର ଛାତରେ ଲାଗିଥିବା ହୁକରେ ଗଳା ରେ ବେଡ଼ସିଟ ଜରିଆରେ ଫାଶୀ ଲଗାଇ ଝୁଲି ଯାଇ ଥିଲେ ଆତ୍ମହତ୍ୟା କରିଥିବା ଅଭିଯୋଗ l ସୂଚନା ଅନୁସାରେ ଗତ କାଲି ଲମଲୋଇ ଗ୍ରାମର ପ୍ରଶ୍ନଜୀତୀ ସରକାର (45) ତାଙ୍କ ଶଶୁର ଘର ନିକଟରେ ଦୀର୍ଘ ଦିନ ଧରି ଗୃହ ନିର୍ମାଣ କରି ରହି ଆସୁଥିଲେ କିନ୍ତୁ ସେ ଟାଟା ରେ କୌଣସି କମ୍ପାନୀରେ କାର୍ଯ୍ୟ କରିଥିବା ଶୁଣିବାକୁ ମିଳୁଛି l ତାଙ୍କର ଝିଅ କଲିକତା ରେ ପାଠ ପଢୁ ଥିବା ଯୋଗୁଁ ସ୍ତ୍ରୀ ଝିଅ ପାଖରେ ରହୁଥିବା ଜାଣିବାକୁ ମିଳିଛି l ପ୍ରଶ୍ନଜିତ ଦୁଇ ଦିନ ପୂର୍ବେ କାର୍ଯ୍ୟ ସ୍ଥଳରୁ ଆସି ଏଠାରେ ରହି ଥିଲେ l କିନ୍ତୁ କୌଣସି କାରଣ ରୁ ସେ ନିଜ ଘରର ରୋଷେଇ ଘରେ ବେଡ଼ସିଟ ବେକ ରେ ବାନ୍ଧି ଆତ୍ମହତ୍ୟା କରି ଥିବା ସ୍ଥାନୀୟ ଲୋକ ମାନେ ଦେଖି ଥାନାକୁ ଖବର ଦେବା ପରେ ଥାନା ଏସ ଆଇ ଦାମୟନ୍ତୀ ମହାନ୍ତ,ଲିଲି ସ୍ୱାଇଁ ଏ ଏସ ଆଇ ଟି ନାଗେଶ୍ୱର ରାଓ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରି ତାର ପରିବାର ଙ୍କଶହ ବାର୍ତ୍ତା କରି ଶବ କୁ ଜବତ କରି ଶବ ବ୍ୟବଛେଦ କରିବା ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରଖା ଯାଇଛି l ପରିବାର ସଦସ୍ୟ ମାନେ ରାଜ୍ୟ ବାହାରେ ରହି ଥିବା ଯୋଗୁଁ ତାଙ୍କ ଉପସ୍ଥିତି କୁ ପୋଲିସ ଅପେକ୍ଷା କରୁଥିବ ଜଣା ଯାଇଛି l ପୋଲିସ ଆତ୍ମହତ୍ୟା ର କାରଣ ଜାଣିବା ପାଇଁ ତଦନ୍ତ ଜରି ରଖିଥିବା ଜଣା ପଡିଛି l
