ରାଉରକେଲା:12//6,(ଉତ୍କଳ ସମାଚାର)ଲାଠିକଟା ଲାଠିକଟା ଠାରେ ଥିବା ଓରିଣ୍ଡ୍ ୧୫ ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଥିଲା ବେଳେ, ଓରିଣ୍ଡରେ କାର୍ଯ୍ୟ କରି ଭବିଷ୍ଯନିଧି ପାଣ୍ଠି ଏବଂ ଅନ୍ଯାନ୍ଯ ବକେୟା ଟଙ୍କା ନପାଇ କର୍ମଚାରୀ ଏବଂ ଶ୍ରମିକମାନେ ଦୀର୍ଘଦିନ ଧରି ଅପେକ୍ଷା କରି ରହିଛନ୍ତି। ସେଥିମଧ୍ୟରୁ କେତେକ କର୍ମଚାରୀ ନିଜ ନିଜ ଖର୍ଚ୍ଚରେ ଓରିଣ୍ଡ ବିରୋଧରେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟରେ ସେମାନଙ୍କ ଭବିଷ୍ଯନିଧି ପାଣ୍ଠି ଓ ଅନ୍ଯାନ୍ଯ ପ୍ରାପ୍ଯ ପାଇବାକୁ ଆବେଦନ କରିଥିଲେ। ମୁମ୍ବାଇ ଉଚ୍ଚ ନ୍ୟାୟାଳୟ କର୍ମଚାରୀମାନଙ୍କ ଆବେଦନକୁ ଗ୍ରହଣ କରି, କର୍ମଚାରୀମାନଙ୍କ ଭବିଷ୍ଯନିଧିରେ ଥିବା ପ୍ରାପ୍ଯ ଏବଂ ଅନ୍ୟାନ୍ୟ ପ୍ରାପ୍ଯକୁ ଦେବା ପାଇଁ ଓରିଣ୍ଡକୁ ନିର୍ଦ୍ଦେଶ ଦେବାପରେ, ଓରିଣ୍ଡର କର୍ମଚାରୀମାନେ ସେସବୁ ପ୍ରାପ୍ଯ ପାଉଥିବା ବେଳେ, ରାଉରକେଲାରେ ଥିବା କେତେକ ଶ୍ରମିକ ସଂଗଠନର କର୍ମକର୍ତ୍ତା ଏହାକୁ ବିରୋଧ କରିଥିଲେ। ୨୦୨୬ ଜୁନ୍ ୧୦ ତାରିଖ ଦିନ ଓରିଣ୍ଡରେ କାର୍ଯ୍ୟ କରିଥିବା ଏବଂ ସେମାନଙ୍କ ଭବିଷ୍ଯନିଧି ପାଣ୍ଠି ଓ ଅନ୍ୟାନ୍ୟ ପ୍ରାପ୍ଯ ପାଉଥିବା କର୍ମଚାରୀଙ୍କୁ କେତେକ ବିରୋଧି ବିରୋଧ କରିଥିଲେ। ଏ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେବାପରେ, ଏ ନେଇ ଲାଠିକଟା ଥାନାରେ କର୍ମଚାରୀମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ବିରୋଧିମାନଙ୍କ ମଧ୍ଯରେ ରହିଛନ୍ତି ମହାଦେବ ଖାଲକୋ, ପ୍ରଭାଂଶୁ ଦାସ, କେଦାରନାଥ ଦାସ, ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ, ଏ ପି ରାୟ ପ୍ରମୁଖ। ଲାଠିକଟା ଥାନାରେ ଅଭିଯୋଗକାରୀଙ୍କ ମଧ୍ଯରେ ରହିଛନ୍ତି, ଜି. ବେହେରା ଲକ୍ଷ୍ମଣ ଟପ୍ପୋ, ଚାଓ୍ବା ଚନ୍ଦ୍ର କେର୍କେଟା, ଝାବୁଲାଲ ଲୋହାର, ରାଇମଣ୍ଡ ଡୁଙ୍ଗଡୁଙ୍ଗ, ଅଶୋକ କୁମାର ଶର୍ମା, ସୁରେଶ ଏକ୍କା, ଥମାସ୍ ମୁଣ୍ଡା, ପ୍ରମିଳା ରାଉତ, ପ୍ରେମ ଉଦୟ ଲୁଗୁନ ମନୋରଞ୍ଜନ ସାହୁ ପ୍ରମୁଖ।

