ରାଉରକେଲା ୧୮/୬,(ଉତ୍କଳ ସମାଚାର) ଆଜି ଶୀତଳଷଷ୍ଠୀ ଉପଲକ୍ଷେ ଉଦିତନଗର ସ୍ଥିତ ଶ୍ରୀ ଶ୍ରୀ ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ହେଉଛି ଦେବାଧିଦେବ ଶ୍ରୀ ଶ୍ରୀ ଜଳେଶ୍ଵର ମହାଦେବ ଏବଂ ମାତା ପାର୍ବତୀଙ୍କ ଦେବ ବିବାହ ମହୋତ୍ସବ। ଏହି ଅବସରରେ ବୁଧବାର ଦିନ ଶ୍ରୀ ଶ୍ରୀ ଜଳେଶ୍ବର ମହାଦେବଙ୍କ ପତ୍ର ପେଣ୍ଡି କାର୍ଯ୍ୟକ୍ରମ ସରିଥିଲା ବେଳେ ଆଜି ସକାଳ ଠାରୁ ଆରମ୍ଭ ହୋଇଛି ମହାଦେବଙ୍କ ରୁଦ୍ରାଭିଷେକ। ବର ପକ୍ଷର କର୍ତ୍ତା ଭାବେ ରାଜେନ୍ଦ୍ର ପ୍ରସାଦ ମଲ୍ଲ ସପତ୍ନୀକ ହୋଇଥିଲା ବେଳେ କନ୍ଯା ପକ୍ଷରୁ କର୍ତ୍ତା ଭାବେ ଡାକ୍ତର କିଶୋର ଦାସ ଏବଂ ପରିବାର ହୋଇଛନ୍ତି। ସନ୍ଧ୍ଯା ୫ଟା ୩୦ରୁ ଦେବାଧିଦେବ ମହାଦେବଙ୍କ ବରାନୁଗମନ (ବାରାତ) ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରୁ ବାହାରି ସହର ପରିକ୍ରମା କରିବା ପରେ ୮ଟା ୧୩ ମିନିଟରେ ଦେବ ବିବାହ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବର ପକ୍ଷଙ୍କ କର୍ତ୍ତା ରାଜେନ୍ଦ୍ର ମଲ୍ଲ। ଶୀତଳଷଷ୍ଠୀ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ୮ଟା ୩୦ରେ ରହିଛି। ଶ୍ରୀ ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟ ପରିଚାଳନା କମିଟିର ଅଧ୍ୟକ୍ଷ ଦିଲ୍ଲୀପ କୁମାର କର, ଉପାଧ୍ୟକ୍ଷ ଶରତ ଚନ୍ଦ୍ର ପଲାଇ ଏବଂ ମହେଶ୍ୱର ସ୍ବାଇଁ, ମ୍ଯାନେଜିଂ ଟ୍ରଷ୍ଟି ବିଜୟ କୁମାର ପ୍ରଧାନ, ସହ-ସମ୍ପାଦକ ପ୍ରଦୀପ କୁମାର ଦାସ, କୋଷାଧ୍ୟକ୍ଷ ସୂର୍ଯ୍ଯମଣି ବେହେରା, କାର୍ଯ୍ୟକାରିଣୀ ସଦସ୍ୟ କାଶିନାଥ ସାହୁ, କ୍ଷୀରୋଦ କୁମାର ସାହୁ, ଜୟଦୀପ ମିଶ୍ର, ପ୍ରଭାତ କୁମାର ଟେବ୍ରିଓ୍ବାଲ, ବିଶ୍ବରଞ୍ଜନ ବେହୁରା, ଗିରିଧିରୀ ଅଗ୍ରୱାଲ, ପ୍ରଦୀପ କୁମାର ସିଂ, ସୁଶାନ୍ତ ସେନାପତି, ଅମୀତ କୁମାର ମାରୋଠିଆ, ସୁରେନ୍ଦ୍ର କୁମାର ମହାନ୍ତି, କୃପାସିନ୍ଧୁ ଘଡେଇ, ମାର୍ଗଦର୍ଶକ ଦିଲ୍ଲୀପ ରାୟ, ସାରଦା ପ୍ରସାଦ ନାୟକ, ଦିପ୍ତୀରଞ୍ଜନ ପଟ୍ଟନାୟକ, ଉପଦେଷ୍ଟା ବ୍ରିଜମୋହନ ଅଗ୍ରୱାଲ, ଓମପ୍ରକାଶ ବାପୁଡିଆ, ସୁନୀଲ କାୟଲ, ରାଜେଶ ମହାପାତ୍ର, ସୀତାରାମ ବେରଲିୟା, ନନ୍ଦକିଶୋର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେବେ |

