ସମ୍ବଲପୁର,୨୧/୦୬(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ଼ ନମ୍ବର ୨୯ ରେ ଥିବା ଧନକଉଡ଼ା ବ୍ଳକ୍ କାର୍ଯ୍ୟାଳୟ ପରିସର ରେ ଆନ୍ତର୍ଜାତିକ ଯୋଗ ଦିବସ ଶାନ୍ତ ଓ ସହଯୋଗ ମଧ୍ୟରେ ପାଳିତ ହୋଇଯାଇଛି । ଆବାହକ ଅଧ୍ୟାପକ ବିଶ୍ୱପତି ବେହେରା, ପରିଚାଳନା କମିଟି ର ସଭ୍ୟ କିଶୋର କୁମାର ସାହୁ, ଉମାକାନ୍ତ ସାହୁ ଓ ଧନଞ୍ଜୟ ଙ୍କ ସଂଯୋଜନା ଓ ସମନ୍ବୟ ରେ ଅନୁଷ୍ଠିତ ସଚେତନତା ସଭା ଓ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ଅଶ୍ୱିନୀ କୁମାର ସୁପକାର, ସମ୍ମାନୀତ ଅତିଥି ଭାବରେ ଧନକଉଡ଼ା ବ୍ଳକ୍ ର ଅତିରିକ୍ତ ବିଡିଓ ସୁଶାନ୍ତ କୁମାର ପଣ୍ଡା ଓ ଯୋଗ ଗୁରୁ ସୁକାନ୍ତ କୁମାର ମହାକୁଡ଼ ଯୋଗ ଦେଇ ଆମ ପ୍ରାଚୀନ ପରମ୍ପରା ତଥା ଉତ୍ତମ ସୁଖ ଶାନ୍ତି ର ମାଧ୍ୟମ ଯୋଗର ମହତ୍ତ୍ୱ, ଇତିହାସ, ବୈଜ୍ଞାନିକ ଦୃଷ୍ଟିକୋଣ, ଆଧାତ୍ମିକ ଭୁମିକା, ଉପକାରିତା, ଶକ୍ତି ର ଉତ୍ସ ଭାବରେ ବିଶେଷତ୍ୱ ଓ ଆଧୁନିକ ଚିକିତ୍ସା ର ବିକଳ୍ପ ସମ୍ପର୍କ ରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହ ରେ ମୋଟ୍ ୧୫୦ ଜଣ ଭାଗ ନେଇ ଯୋଗ ର ବିଭିନ୍ନ ପ୍ରାଣାୟାମ, ଆସନ ଓ ମୁଦ୍ରା ଅଭ୍ୟାସ କରିଥିଲେ । ଏମାନଙ୍କ ମଧ୍ୟରେ ଛାତ୍ର ଛାତ୍ରୀ କର୍ମଚାରୀ ବରିଷ୍ଠ ନାଗରିକ ଓ ନିମନ୍ତ୍ରିତ ବ୍ୟକ୍ତି ମାନେ ସାମିଲ୍ ଥିଲେ

