ନରସିଂବାଘ:୨୪/୦୬,(ଉତ୍କଳ ସମାଚାର) କେନ୍ଦ୍ରରେ ମୋଦୀ ସରକାର ଙ୍କ 12ବର୍ଷ ଓ ରାଜ୍ୟରେ ମୋହନ ସରକାରଙ୍କ 2ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ “ବିକାଶର ଧାରା ଓଡିଶା ସାରା “କାର୍ଯ୍ୟକ୍ରମ ଚାଲୁ ରହିଛି |ଏହି ପରି ପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ପଂଚାୟତ ସଦର ମହକୁମା ଠାରେ ମଧ୍ୟ ଭବ୍ୟ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି |ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିବ ପ୍ରସାଦ ସୁବୁଦିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବେହେଡା ମଣ୍ଡଳ ସଭାପତି ତଥା ବେହେଡା ପଂଚାୟତର ସରପଞ୍ଚ ପ୍ରମିଳା ଗଣ୍ଡ, ସମିତି ସଭ୍ୟା ଜୟମନି ଗଣ୍ଡ, ଏସଡିଓ ନରସିଂହ ଗଣ୍ଡ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ନାଏବ ସରପଞ୍ଚ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏମବିକେ, ସିଆରପି,ଏସଏଚଜି ମହିଳା ଓ ସ୍ଥାନୀୟ ଜନସାଧାରଣ ବହୁମାତ୍ରାରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି |ମିଶନ ଶକ୍ତି ଓ ମେଡିକାଲ ମଞ୍ଚ ପକ୍ଷରୁ ଷ୍ଟାଲ ପ୍ରସ୍ତୁତ କରି ଉପସ୍ଥିତ ଜନସାଧାରଣ ମାନଙ୍କୁ ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁ ବିଷୟରେ ଅବଗତ କରିବା ସହିତ ସେସବୁର ସମ୍ପୂର୍ଣ୍ଣ ଲାଭ ଉଠେଇବାକୁ ଆହ୍ୱାନ କରିଥିଲେ |ଠିକ ସେହିଭଳି ମଞ୍ଚାସିନ ଅତିଥିଗଣ ବିଗତ ଦୁଇ ବର୍ଷ ମଧ୍ୟରେ ସରକାର କଣ ସବୁ ଯୋଜନା କରିଛନ୍ତି ଓ ଲୋକେ ଏସବୁ ଯୋଜନାରୁ କେତେ ଲାଭାନ୍ବିତ ଅଛନ୍ତି ସେ ସମ୍ପର୍କରେ ଆଲୋକପାତ କରିବା ସହିତ ସମସ୍ତେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ତାର ଲାଭ ଉଠେଇବା ପାଇଁ ଆହ୍ୱାନ କରିଥିଲେ |କାର୍ଯ୍ୟକ୍ରମରେ 10ଜଣ ଅଙ୍ଗନବାଡି କର୍ମୀଙ୍କୁ ମୋବାଇଲ ଫୋନ ପ୍ରଦାନ କରାଯାଇଥିବା ବେଳେ 10ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା |ବିରଞ୍ଚି ସୁନାନୀ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ |

