କେନ୍ଦୁଝର:26//6,(ଉତ୍କଳ ସମାଚାର)ଆଜି ଏକଲ ଅଭିଯାନ ଆରୋଗ୍ୟ ଶିକ୍ଷା ଓ ବନବନ୍ଧୁପରିଷଦ ଙ୍କ ସହଯୋଗରେ ତେଲକୋଇ ବ୍ଲକ ପଡାଙ୍ଗ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ହରିଶ ଆନନ୍ଦ ଜୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ମାନନୀୟ ଫକୀର ମୋହନ ନାଏକ, ପଡାଙ୍ଗ ସରପଞ୍ଚ ଭୋଲେଶ୍ୱର ନାଏକ , ସଞ୍ଚ ସଭାପତି ଦାଶରଥି ପ୍ରଧାନ , ଡା. ପ୍ରଫୁଲ ସାହୁ , ପୂର୍ବତନ ସଭାପତି ବିପିନ ବିହାରୀ ସାହୁ , ପ୍ରଭାଗ ପ୍ରମୁଖ ରଂଜିତ କୁମାର ସ୍ୱାଇଁ , ମହିଳା ସମିତି ପ୍ରମୁଖ ବବିତା ରାମ , ସମ୍ଭାଗ ପ୍ରମୁଖ ସୁକେଶ କୁମାର ବେହେରା , ସମ୍ଭାଗ ଗତିବିଧି ପ୍ରମୁଖ ରାଜୀବ ପାତ୍ର , ଅରୁଣଦେlୟ ପ୍ରଧାନ ଓ କେନ୍ଦୁଝର ଅଞ୍ଚଳ ଅଭିଯାନ ପ୍ରମୁଖ ପଦ୍ମିନୀ ମହନ୍ତ, ଅଂଚଳ ଓ ସଂଚ ସେବାବ୍ରତୀ, ତେଲକୋଇ ସଂଚ ର ସେବିକା ଭଉଣୀ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ lସେହିପରି ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ମେଡିକାଲ ଅଫିସର ପି ସତ୍ୟମ ଓ ତେଲକୋଇ ମୋବାଇଲ ହେଲ୍ଥ ୟୁନିଟ ,ତେଲକୋଇ ସିଏଚସିର କର୍ମଚାରୀମାନଙ୍କ ସହିତ ଲଷ୍ମୀପ୍ରିୟା ସିଂ ମଧ୍ୟ ଶିବିରରେ ସକ୍ରିୟ ଭାବେ ସହଭାଗୀ ହୋଇଥିଲେ।ଶିବିରରେ ଗ୍ରାମବାସୀମାନଙ୍କୁ ବିଭିନ୍ନ ରୋଗ ସମ୍ପର୍କରେ ସଚେତନ କରାଯାଇଥିଲା। ଡ଼କ୍ଟର . ହରିଶ ଆନନ୍ଦ ଓ ଡ଼କ୍ଟର . ପ୍ରଫୁଲ୍ଲ ସାହୁ ଦୈନନ୍ଦିନ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ସଠିକ ଖାଦ୍ୟାଭ୍ୟାସ ଓ ସ୍ୱାସ୍ଥ୍ୟକର ଜୀବନଶୈଳୀ ବିଷୟରେ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ।ମାନନୀୟ ବିଧାୟକ ଫକୀରମୋହନ ନାଏକ ଏବଂ ସରପଞ୍ଚ ଭୋଲେଶ୍ୱର ନାଏକ କହିଥିଲେ ଯେ, ଏକଲ ଅଭିଯାନ ଆରୋଗ୍ୟ ଶିକ୍ଷା ଏକ ସେବାମୂଳକ କାର୍ଯ୍ୟ କରୁଛି, ଯାହା ଦୂରଦୂରାନ୍ତର ବନବାସୀ ଗ୍ରାମମାନଙ୍କ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ବଡ଼ ଭୂମିକା ନେଉଛି।ଏହି ଶିବିରରେ ବିପି, ସୁଗାର ଆଦିର ପରୀକ୍ଷା କରାଯାଇଥିଲା ଏବଂ ଆବଶ୍ୟକତାନୁସାରେ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ମୋଟ ୩୩୫ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା।ଗ୍ରାମବାସୀମାନେ ଏପରି ଶିବିର ଆଗାମୀ ଦିନରେ ମଧ୍ୟ ଆୟୋଜନ ହେଉ ବୋଲି ଆଶା ପ୍ରକାଶ କରିଥିଲେ। ଶେଷରେ ସରପଞ୍ଚ ଓ ଆୟୋଜକମାନଙ୍କୁ ଏହି ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜଣାଯାଇଥିଲା।

