କେନ୍ଦୁଝର:26//6,(ଉତ୍କଳ ସମାଚାର)ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗ ରେ ସାରା ଦେଶ ରେ ଆୟୋଜିତ କରାଯାଉଥିବା ନଶା ମୁକ୍ତ ଭାରତ ଓ ବିକଶିତ ଭାରତ ର କାର୍ଯ୍ୟକ୍ରମ 17 ଜୁନ ରୁ 26 ଜୁନ ସପ୍ତାହ ଆମ କେନ୍ଦୁଝର ଜିଲ୍ଲା ରେ ଆୟୋଜନ କରାଯାଇଛି।କେନ୍ଦୁଝର ଜିଲ୍ଲା ପ୍ରଶାସନ ର ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ବିଭାଗ ଓ ଦିଶା ସ୍ଵେଛାସେବୀ ଅନୁଷ୍ଠାନର ମିଳିତ ପ୍ରୟାସ ରେ କେନ୍ଦୁଝର ଜିଲ୍ଲା ସଦର ରେ ମହିଳା ମହାବିଦ୍ୟାଳୟ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ରେ ନିଶା ମୁକ୍ତି ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ କୁଇଜ଼ ପ୍ରତିଯୋଗିତା, ଜନ ସଚେତନତା ଶୋଭାଯାତ୍ରା, ଦସ୍ତଖତ ଅଭିଯାନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଭୁବନେଶ୍ୱରୀ ମହାନ୍ତ ନିଶା ନିବାରଣ ସପ୍ତାହ ଉପରେ ମାର୍ଗଦର୍ଶନ କରିଥିଲେ, ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ ନିଶା ର ଅପକାରିତା ବାବଦରେ କଥା ରଖିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା, ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ସନ୍ଧ୍ୟାରାଣୀ ଶଙ୍ଖୁଆଳ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ରେ ସାମାଜିକ ସୁରକ୍ଷା ବିଭାଗ ର କର୍ମଚାରୀ ଅବିନାଶ ପତି, ଶୁଷ୍ମନ୍ତ ବାରିକ ଓ ଦିଶା ର କାର୍ଯ୍ୟକର୍ତା ଅମୀୟ କୁମାର ସା, ଗଣେଶ୍ୱର ମହାନ୍ତ, ଦୀନେଶ ଦଳେଇ, ଗୋକୁଳ ନନ୍ଦ,ସ୍ମିତାଲିନ ତ୍ରିପାଠୀ,ରଶ୍ମି ରଂଜିତା ରଥ, ସୌମ୍ୟ ରଞ୍ଜନ ନାଏକ, ସଂଗୀତା, ପରେଶ ମହାନ୍ତ ଆଦି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ ରୂପେ ଜ଼ିଲ୍ଲା ବ୍ୟାପି କରିବା କୁ ଦିଶା ର ସମ୍ପାଦକ ସଂଜୀବ କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି।

