ପାପଡାହାଣ୍ଡି ତା 26.6.26:(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ପରିସରରେ ମିଶନ ଶକ୍ତି ଓ ଶିଶୁ ବିକାଶ ବିଭାଗ ଦୁହେଁ ମିଶି ଲକ୍ଷପତି ଦିଦି ସି ଆର ପି, ଏମ ବି କେ, ମାନଙ୍କୁ ପୁରସ୍କୃତ କରିଥିଲେ ଏହି ଅବସରରେ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଶୁଶାନ୍ତ କୁମାର ବେହେରା, ବଡ଼ ବାବୁ ଶ୍ରୀ ଧୂବ ମହାରଣା, ଅଙ୍ଗନବାଡି ସୁପରଭାଇଜର ଶ୍ରୀମତୀ ଚନ୍ଦନା ମହାରଣା,ଅନ୍ୟ ଜଣେ ଶୁଶ୍ରୀ ରେଖା ତ୍ରିପାଠୀ ମୈଦାଳ ପୁର ସରପଞ୍ଚ ଶ୍ରୀମତୀ ବନିତା ପଟ୍ଟନାୟକ,ବି ଏଲ ଏ ସଭାପତି ଶ୍ରୀମତୀ ନିରଞ୍ଜନା ପଟ୍ଟନାୟକ ଓ ପ୍ରଜ୍ଞାପ୍ରଭା ମାଝୀ ବିପିଏମ ଶ୍ରୀ ସୁଧାଂଶୁ ଶେଖର ବିଶ୍ୱାଳ, ବିଏଲ ସି ସନ୍ଧ୍ୟାରାଣୀ ବିଷୋୟୀ ପ୍ରଭୁତି ଉପସ୍ଥିତ ରହିଥିଲେ ପ୍ରଥମେ ଜଗନ୍ନାଥ ଙ୍କ ପାଖରେ ଦୀପଜାଳି ପୂଜା କରି ସଭା କାର୍ଯ୍ୟ ପରିଚାଳନା କରିଥିଲେ ବକ୍ତାମାନେ ସରକାର ଠାରୁ ମିଳୁଥିବା ସୁବିଧା ଯେପରି ମୁଖ୍ୟମନ୍ତ୍ରୀ କନ୍ୟାବିଭାହ ଯୋଜନା, ପ୍ରଧାନମନ୍ତ୍ରୀ ମାର୍ତ୍ତୃ ବନ୍ଦନା ଯୋଜନା, ପରିପୂରକ ପୃଷ୍ଟି ଯୋଜନା, ମୁଖ୍ୟମନ୍ତ୍ରୀ ପୃଷ୍ଟି ଯୋଜନା ଏହିପରି ବୁହୁତ ଯୋଜନା ବିଷୟରେ ବୁଝାଇ ଥିଲେ, ପାପଡାହାଣ୍ଡି ବ୍ଲକ ରେ 2900ଜଣ ଲକ୍ଷପତି ଦିଦି ହୋଇଥିବା ପ୍ରକାଶ କରିଥିଲେ. କେତେଜଣ ଲକ୍ଷ ପତି ଦିଦି ଙ୍କୁ ସନ୍ନମାନୀତ କରାଗଲା ଜି ପି ଓ ଶ୍ରୀ କମଳେନ୍ଦୁ ଦାସ, ସେମେଳା ସି ଆର ସି ସି ବାବୁଲାଲ ସାଗର, ଓ ଶିକ୍ଷା ବିଭାଗ ପକ୍ଷରୁ ଦିଲୀପ ସ୍ୱାଇଁ ନେତୃତ୍ୱ ରେ ନଅ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଶା ନିବାରଣ ପାଇଁ ସ୍ଲୋଗାନ ଲେଖି ସଚେତନ କରିଥିଲେ ଶେଷରେ ସୁଧାଂଶୁ ଶେଖର ବିଶ୍ୱାଳ ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ କପିଲଦେବ ସାହୁ ଙ୍କୁ ସଫଳତା ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିବା ରୁ ଗୋଷ୍ଠୀ ଉର୍ନୟନ ଅଧିକାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗ ଓ ବ୍ଲକ ଷ୍ଟାଫ କୁ ଧନ୍ୟବାଦ ଜଣାଇ ଥିଲେ ଶେଷ ଦିନରେ ପ୍ରାୟ ପାଞ୍ଚ ଶହ ଲୋକ ପାଇଁ ଭୋଜନ ଵେବସ୍ତା ହୋଇଥିଲା

