ରାଉରକେଲା:26//6,(ଉତ୍କଳ ସମାଚାର) ଶିକ୍ଷା ଓ ମନୋରଞ୍ଜନକୁ ଗୁରୁତ୍ୱ ଦେଇ ତଥା ସବୁବର୍ଗର ଶ୍ରୋତାଙ୍କୁ ଦୃଷ୍ଟିରେ ରଖି, ୧୦୨.୬ ଏଫ୍.ଏମ୍. ଆକାଶବାଣୀ ରାଉରକେଲା ଉନ୍ନତମାନର କାର୍ଯ୍ୟକ୍ରମମାନ ପ୍ରସାରଣ କରି ଶ୍ରୋତାମାନଙ୍କର ପ୍ରିୟଭାଜନ ହୋଇପାରିଛି l ଏହି ଧାରା ଅବ୍ୟାହତ ରଖିବାକୁ ଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ଆକାଶବାଣୀ ରାଉରକେଲା କେନ୍ଦ୍ରର ୩୧ ତମ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି l ଆକାଶବାଣୀ ରାଉରକେଲା କେନ୍ଦ୍ରର ୩୧ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରର ଯାନ୍ତ୍ରିକ ବିଭାଗର ମୁଖ୍ୟ, ଆସିଷ୍ଟାଣ୍ଟ ଇଂଜିନିୟର ହରିହର ନାୟକଙ୍କ ସଭାପତିତ୍ୱ ଓ ଉଦଘୋଷକ ଅଶୋକ ରାଉତଙ୍କ ମଞ୍ଚ ସଂଚାଳନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ରାଉରକେଲା ବନଖଣ୍ଡ ଅଧିକାରୀ ରବିକାନ୍ତ ମୀନା ମୁଖ୍ୟଅତିଥି , ସମ୍ମାନୀୟ ଅତିଥି ଭାବରେ ପାନପୋଷ ରେଞ୍ଜ ଅଫିସର ଶୁଚିସ୍ମିତା ଦାସ, ଆକାଶବାଣୀ ରାଉରକେଲାର କାର୍ଯ୍ୟକ୍ରମ ନିଷ୍ପାଦକ ବିନୀତ କୁମାର ଠାକୁର, ପ୍ରସାରଣ ନିଷ୍ପାଦକ ବସନ୍ତ କୁମାର ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ ।ସଂଯୋଜକ ତଥା ଉଦଘୋଷକ ଶ୍ରୀରାଉତ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ,ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଖ୍ୟ ଅତିଥି ଶ୍ରୀ ମୀନା ଓସମ୍ମାନିତ ଅତିଥି ରେଞ୍ଜ ଅଫିସର ଶୁଚିସ୍ମିତା ଦାସ, ଆକାଶବାଣୀର ଭୂମିକା ବିଷୟରେ ସୂଚନା ଦେବା ସହିତ, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ “ଏକ ପେଡ଼ ମା’ କେ ନାମ ଉପରେ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ନିଷ୍ପାଦକ ଶ୍ରୀ ଠାକୁର,ପ୍ରସାରଣ ନିଷ୍ପାଦକ ଶ୍ରୀ ସ୍ବାଇଁ, ଯାନ୍ତ୍ରିକ ବିଭାଗ ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଶ୍ରୀ ନାୟକ ଅନୁଷ୍ଠାନର ଆଭିମୁଖ୍ୟ ଓ ଯାତ୍ରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଆକାଶବାଣୀ ରାଉରକେଲାର ଉଦଘୋଷକ/ଉଦଘୋଷିକା, ଉପସ୍ଥାପକ/ଉପସ୍ଥାପିକାମାନଙ୍କ ମଧ୍ୟରୁ, ସୁନିତା ପଟ୍ଟନାୟକ, ମମତାଞ୍ଜଳି ଦାସ, ଜ୍ୟୋତ୍ସ୍ନାରାଣୀ ସାହୁ, ଶୁଚିସ୍ମିତା ପ୍ରଧାନ, ବିନୟ କୁଲୁ, ରୀନା ଦୀପ, ସୁନୀତା ସିଂହ, ବୀରେନ୍ଦ୍ର ପ୍ରତାପ ସିଂହ ପ୍ରମୁଖ ଯୋଗ ଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ l ଶେଷରେ ଯାନ୍ତ୍ରିକ ବିଭାଗର ଅଜିତ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ lଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କେନ୍ଦ୍ର ପରିସରରେ ଆୟୋଜିତ ହୋଇଥିଲା l ଏଥିରେ ଆକାଶବାଣୀ ରାଉରକେଲାର ୩୧ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ, ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ୩୧ ଟି ବୃକ୍ଷଚାରା ରୋପଣ କରାଯାଇଥିଲା l ଏଥିରେ ଆକାଶବାଣୀ ରାଉରକେଲାର କର୍ମକର୍ତ୍ତାଙ୍କ ସମେତ ଫରେଷ୍ଟର ବିଜୟ କଲାର, ଫରେଷ୍ଟ ଗାର୍ଡ ରଜତ କୁମାର ମହାନ୍ତି ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଆକାଶବାଣୀ ରାଉରକେଲାର କାର୍ଯ୍ୟକ୍ରମ ବିଭାଗର କର୍ମଚାରୀଙ୍କ ସମେତ ଯାନ୍ତ୍ରିକ ବିଭାଗର ଗିରିଶ ଚନ୍ଦ୍ର ନାୟକ, ବିକ୍ରମ ସାହୁ, ମିନାକ୍ଷୀ ନାୟକ, ଦିଲୀପ ଖଡ଼ିରତ୍ନ, ଦେବାଶିଷ ଚକ୍ରବର୍ତ୍ତୀ, ବିକାଶ ଚନ୍ଦ୍ର ସାମଲ, ସତ୍ୟ ସୁନ୍ଦର ସାହୁ, ବିଲିୟମ ବାଡା, ଶ୍ୟାମ ହାଁସଦା, ଭକ୍ତୁ କିସାନ, ଅଜିତ କୁମାର ସାହୁ, ସୁରେଶ ସିଂହ ଏବଂ ବିତ୍ତ ବିଭାଗର ରମେଶ ବାଡ଼ାଇକ୍, ନିରଞ୍ଜନ ମୁଣ୍ଡାରୀ ଏବଂ ସୁରକ୍ଷା ବିଭାଗ କର୍ମଚାରୀଙ୍କ ସମେତ ଏଞ୍ଜେଲ ଡୁଙ୍ଗଡୁଙ୍ଗ, ପୁଲକ ସାହୁ, ଲଳିତା, ଯସ୍ମିତା ପ୍ରମୁଖ ସହଯୋଗ କରିଥିଲେ l

