ରାଉରକେଲା:28//6,(ଉତ୍କଳ ସମାଚାର)ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆୟୋଜିତ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ୨୦୨୬ ର ଶୁଭାରମ୍ଭ ରାଉରକେଲାର ଅତିରିକ୍ତ ଜିଲ୍ଲା ନଗର ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀମନ୍ତ କୁମାର ପଟ୍ଟନାୟକଙ୍କ ଦ୍ୱାରା କରାଯାଇଥିଲା।ଏହି ଅବସରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. କୁଶଳ ସିଂହ, ସମାଜସେବୀ ଶ୍ରୀ ବୈଲୋଚନ ସାହୁ, ଶ୍ରୀ ବାଦଲ ସାହୁ ଏବଂ ଶ୍ରୀମତୀ ସସ୍ମିତା ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ରହି ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କୁ ପୋଲିଓର ଦୁଇ ବୁନ୍ଦ ଜୀବନରକ୍ଷାକାରୀ ଔଷଧ ପିଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ବର୍ଗର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ଅବସରରେ ସମସ୍ତ ଅଭିଭାବକଙ୍କୁ ଆହ୍ୱାନ କରାଯାଇଥିଲା ଯେ, ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁଙ୍କୁ ନିଶ୍ଚିତ ଭାବେ ପୋଲିଓର ଦୁଇ ବୁନ୍ଦ ଔଷଧ ପିଆଇ ପୋଲିଓମୁକ୍ତ ଭାରତ ଗଠନରେ ସହଯୋଗ କରନ୍ତୁ।

