ରାଉରକେଲା:28//6,(ଉତ୍କଳ ସମାଚାର)ସହର ସର୍ବ ପ୍ରାଚୀନ ଦେବ ପୀଠ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ପୁରୀ ଶ୍ରୀମନ୍ଦିର ର ଯଥା ସମ୍ଭବ ନୀତିକାନ୍ତୀ ଅନୁସରଣ କରି ପୂଜାର୍ଚ୍ଚନା କରାଯାଇଥାଏ। ଅହିରାବନ୍ଧ ଜଗନ୍ନାଥ ମନ୍ଦିର ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ମହାପ୍ରଭୁ ଭକ୍ତ ଙ୍କ ସମ୍ମୁଖରେ ୧୦୮ ଗରା ସୁବାଷିତ ଜଳ ରେ ସ୍ନାନ କରି ଗଜାନନ ବେଶ ରେ ଦର୍ଶନ ଦେବେ। ଭକ୍ତ ମାନଙ୍କ ଶାନ୍ତି ଓ ଶୃଙ୍ଖଳ ଦର୍ଶନ ପାଇଁ ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ର ପ୍ରସ୍ତୁତି କରାଯାଇଛି। ଆଜି ଠାରୁ ଦଇତାପତି ମାନେ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ରେ ସେନାପଟା ଲାଗି ପାଇଁ ପ୍ରବେଶ କରିଛନ୍ତି । ଆଜି ରାତିରେ ପହଡ଼ ପରେ ଚକାଛାଡ ନୀତି ଆରମ୍ଭ ହେବ ଯେଉଁଥିରେ ମହାପ୍ରଭୁ ରତ୍ନବେଦୀ ରୁ ଓହ୍ଲାଇ ନାଟମଣ୍ଡପ କୁ ଆସିବେ। ଆସନ୍ତା କାଲି ଦେବସ୍ନାନ ନୀତି ନିର୍ଘଣ୍ଟ ଅନୁସାରେ ପାଳନ ହେବ।ଭୋର୍ ସାଢେ଼ ଚାରିଟା ରେ ମଙ୍ଗଳାର୍ପଣ, ଭୋର୍ ୫ ଟା ରୁ ୭ ଟା ମଧ୍ୟରେ ଡୋରଲାଗି ପହଣ୍ଡି, ସକାଳ ୯ଟା ରେ ସ୍ନାନ ମଣ୍ଡପରେ ମଙ୍ଗଳ ଆଳତି ସହ ଦିବା ୧୧ଟା ରେ ଛେରାପହଁରା ଜଳ ବିଜେ, ପୂଜା, ସ୍ନାନ ଆଦି ନୀତି ସମ୍ପନ୍ନ ହେବ। ଅପରାହ୍ନ ୪ଟା ରୁ ୫ ଟା ହାତୀ ବେଶ, ସାହାଣମେଲା ସଂଧ୍ୟା ୭ ଟା ରୁ ରାତ୍ରି ସାଢେ଼ ୯ଟା, ହାତୀବେଶ ମଇଲମ ରାତ୍ରି ୧୦ ଘଟିକା, ପୁଷ୍ପାଞ୍ଜଳି ଓ ଡୋରଲାଗି ରାତ୍ରି ସାଢେ଼ ଦଶଟା ବାହୁଡା ପହଣ୍ଡି ରାତ୍ରି ୧୧ଟା ପରେ ଅନୁଷ୍ଠିତ ହେବ। ତେଣୁ ରାଉରକେଲା ର ସମସ୍ତ ଜଗନ୍ନାଥ ପ୍ରେମୀ, ଭକ୍ତ ବହୁ ସଂଖ୍ୟା ରେ ଆସି ମହାପ୍ରଭୁ ଙ୍କ ସ୍ନାନ ଓ ହାତୀ ବେଶ ଦର୍ଶନ ର ସୁଯୋଗ ନେବା କୁ ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ର ସଭାପତି ଗିରିଜା ଶଙ୍କର ଦ୍ବିବେଦୀ ଅନୁରୋଧ କରିଛନ୍ତି।

