ରାଉରକେଲା ୨୯/୬, (ଉତ୍କଳ ସମାଚାର) ୨୦୨୬ ଜୁନ୍ ୨୬ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାର ଲୋଇସିଂହାଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଦ୍ବାରା ମାସିକା କେୟାରର ଅଫିସିଆଲ ୱେବସାଇଟ ତଥା ଋତୁସ୍ରାବ ସଚେତନତା ପଦକ୍ଷେପର ଏକ ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ମାସିକା କେୟାର ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଓଡ଼ିଶାର ଏକ ସ୍ବୀକୃତ, ଷ୍ଟାର୍ଟଅପ୍ ଓଡ଼ିଶା ସ୍ବୀକୃତ ଏବଂ ଉଦ୍ୟମ ପଞ୍ଜିକୃତ ଡିପ୍-ଟେକ୍ ଷ୍ଟାର୍ଟଅପ୍ ଏହା ବହୁଭାଷୀ AI ଏବଂ ପ୍ରଯୁକ୍ତିକୁ ବ୍ୟବହାର କରି ଋତୁସ୍ରାବ ସ୍ବାସ୍ଥ୍ୟ ସଚେତନତା ଓ ଡିଜିଟାଲ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଛି। ଏହି ଛାତ୍ର ନେତୃତ୍ବାଧୀନ ଷ୍ଟାର୍ଟଅପ୍ର ସ୍ଥାପକ ଓ ମୁଖ୍ୟ ନିର୍ବାହୀ ଭିଷ୍ମ ପଶାୟତ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ର ଜଣେ ଛାତ୍ର। ତାଙ୍କ ନେତୃତ୍ୱରେ ଗଢ଼ିଉଠିଥିବା ଏହି ଉଦ୍ୟମର ସହ-ସ୍ଥାପକ ଭାବେ ଅମ୍ରିତା ସୋଇନି ଓ ତପସ୍ବିନୀ ପାଢ଼ୀ ରହିଥିବାବେଳେ, ଦଳର ସଦସ୍ୟ ହୃଷୀକେଶ ଦାସ ଓ ଜ୍ୟୋତି କୁମାର ଶର୍ମା ସକ୍ରିୟ ଭାବେ ଏହି ପ୍ରୟାସ ସହ ଜଡ଼ିତ ଅଛନ୍ତି। ମାସିକା କେୟାର , ରୁ ଉଦ୍ଭବିତ ପ୍ରଥମ ଷ୍ଟାର୍ଟଅପ୍ ଭାବେ ମଧ୍ୟ ଏକ ସ୍ବତନ୍ତ୍ର ସଫଳତା ହାସଲ କରିପାରିଛି। ଏହି ଉଦ୍ୟମକୁ ବୁର୍ଲାର ଭୀମସାର ସ୍ତ୍ରୀରୋଗ ବିଶେଷଜ୍ଞ ଡଃ ଶର୍ମିଳା ପ୍ରଧାନଙ୍କ ମାର୍ଗଦର୍ଶନ ମିଳୁଥିବା ବେଳେ, ର କୁଳପତି ପ୍ରଫେସର ଅମିୟ କୁମାର ରଥଙ୍କ ନବସୃଜନମୁଖୀ ନେତୃତ୍ବ ଏବଂ ନିର୍ଦ୍ଦେଶକ ଡଃ ଶିବକୁମାର ମିଶ୍ରଙ୍କ ପ୍ରୋତ୍ସାହନ ଏହି ଉଦ୍ୟମକୁ ଏକ ସୁଦୃଢ଼ ଭିତ୍ତି ପ୍ରଦାନ କରିଛି। ଯୁବ ଗବେଷକ ଓ ଛାତ୍ରଛାତ୍ରୀଙ୍କ Deep-Tech ଉଦ୍ୟମ ପ୍ରତି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ସମର୍ଥନ ରାଜ୍ୟର ନବସୃଜନ ପରିବେଶକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି। ମାସିକା କେୟାରର ଲକ୍ଷ୍ୟ ହେଉଛି ପ୍ରଥମେ ଓଡ଼ିଶାରୁ ଋତୁସ୍ରାବକୁ ନେଇ ଥିବା କୁସଂସ୍କାର, ଲଜ୍ମା ଓ ନୀରବତାକୁ ଦୂର କରିବା ଏବଂ ପରବର୍ତ୍ତୀ ସମୟରେ AI/ML ଆଧାରିତ ମହିଳା ସ୍ବାସ୍ଥ୍ୟ ସମାଧାନ ମାଧ୍ୟମରେ ସମଗ୍ର ଭାରତରେ ସଚେତନତା ଓ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା।ଏହି ପଦକ୍ଷେପ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ “ବିକଶିତ ଓଡ଼ିଶା-୨୦୩୬” ଏବଂ ପ୍ରଧାନମନ୍ତ୍ରୀଙ୍କ “ବିକଶିତ ଭାରତ-୨୦୪୭” ଦୃଷ୍ଟିକୋଣ ସହ ସାମଞ୍ଜସ୍ୟ ରଖି ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରଯୁକ୍ତିଭିତ୍ତିକ ସାମାଜିକ ପରିବର୍ତ୍ତନ ଆଣିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମନେ କରାଯାଉଛି।

