ସମ୍ବଲପୁର,୩୦/୦୬(ଉତ୍କଳ ସମାଚାର),(ସରୋଜ ସାହୁ): ଆସନ୍ତା ଜୁଲାଇ ମାସ ଓଡ଼ଶା ଗସ୍ତ ରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଦ୍ଵାରା ପ୍ରଦତ୍ତ ସୂଚନା ମୁତାବକ ଗୃହ ମନ୍ତ୍ରୀ ଶ୍ରୀ ଶାହ ୪ ତାରିଖ ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ସଡ଼କ ପଥରେ ବରଗଡ଼ ଯିବେ । ବରଗଡ଼ ରେ ୧୭୫୦ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ଇଥନାଲ ପ୍ଲାଣ୍ଟ କୁ ଲୋକାର୍ପଣ କରିବେ । ଏହା ପରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ବରଗଡ଼ ରୁ କର୍ଯ୍ୟକ୍ରମ ସାରି ସମ୍ବଲପୁର ଆସି ଏଠାରେ ରାତ୍ରିଯାପନ କରିବେ । ପର ଦିନ ୫ ତାରିଖ ରେ ସମ୍ବଲପୁର ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାପରେ ଏକ ଦଳୀୟ ସାଧାରଣ ସଭାରେ ଯୋଗ ଦେବେ । ଏହା ପରେ ସେ ନୂଆଁଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ କାର୍ଯ୍ୟକ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ଙ୍କ ସମେତ ରାଜ୍ୟ ର ଅନେକ ମନ୍ତ୍ରୀ, ସାଂସଦ, ବିଧାୟକ ସାମିଲ୍ ବୋଲି ଶ୍ରୀ ବକ୍ସି ସୂଚନା ଦେଇଛନ୍ତି ।

