ରାଜଗାଙ୍ଗପୁର 3/7/26,(ଉତ୍କଳ ସମାଚାର)(ସୁବାଷ ବେହେରା)ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ,କୁତ୍ରା ବ୍ଲକ୍ ଅନ୍ତର୍ଗତ କନ୍ଦେଇମୁଣ୍ଡା ଗ୍ରାମ ପଞ୍ଚାୟତର କନ୍ଦେଇମୁଣ୍ଡା ଓ ତେଲିଘଣା ମୌଜାରେ ପ୍ରସ୍ତାବିତ ଜେଏସ୍ଡବ୍ଲୁ ଶିବା ସିମେଣ୍ଟ କାରଖାନା ର ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣକୁ ନେଇ ସାମାଜିକ ପ୍ରଭାବ ଆକଳନ ଏସ୍ ଆଇଏ ସମ୍ବନ୍ଧୀୟ ଜନଶୁଣାଣୀ ଆଜି ତେଲିଘଣା ଆମ୍ବ ବଗିଚାଠାରେ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ କନ୍ଦେଇମୁଣ୍ଡା ମୌଜାର ୬.୪୯ ଏକର ଜମିରେ ଜେଏସ୍ଡବ୍ଲୁ ଶିବା ସିମେଣ୍ଟ ପକ୍ଷରୁ ୧.୩୨ ଏମ୍ଟିପିଏ କ୍ଲିଙ୍କର କ୍ଷମତା ଓ ୧.୦୫ ଏମ୍ଟିପିଏ ସିମେଣ୍ଟ ଗ୍ରାଇଣ୍ଡିଂ କ୍ଷମତା ବିଶିଷ୍ଟ ପ୍ରକଳ୍ପର ସମ୍ପ୍ରସାରଣ ଯୋଜନା ରହିଛି। ଏହି ପ୍ରକଳ୍ପ ପାଇଁ ଓଭରଲ୍ୟାଣ୍ଡ ବେଲ୍ଟ କନଭେୟର ନିର୍ମାଣ ଉଦ୍ଦେଶ୍ୟରେ ମୋଟ ୧୯.୯୭୦ ଏକର ଘରୋଇ ଜମି ଅଧିଗ୍ରହଣ କରାଯିବା ପ୍ରସ୍ତାବ ରହିଥିବାରୁ ଏହି ଜନଶୁଣାଣୀର ଆୟୋଜନ କରାଯାଇଥିଲା।ସେହିପରି ଅପରାହ୍ନ ୧ ଟାରେ କନ୍ଦେଇମୁଣ୍ଡା ଗ୍ରାମ ପଞ୍ଚାୟତର ତେଲିଘଣା ମୌଜା ପାଇଁ ୧୩୨ ଏମ୍ଟିପିଏ କ୍ଲିଙ୍କର କ୍ଷମତା ଏବଂ ୧.୦୫ ଏମ୍ଟିପିଏ ସିମେଣ୍ଟ ଗ୍ରାଇଣ୍ଡିଙ୍ଗ କ୍ଷମତା ଯୋଡ଼ିବା ପାଇଁ ୮୦. ୧୨୦୦ ଏକର ଘରୋଇ ଜମି ଅଧିଗ୍ରହଣ ଉଦ୍ଦେଶ୍ୟରେ ଜନଶୁଣାଣୀ ଆୟୋଜନ କରାଯାଇଥିଲା ।ଜନଶୁଣାଣୀରେ ପ୍ରଭାବିତ ଅଞ୍ଚଳର ବହୁ ଗ୍ରାମବାସୀ ଯୋଗଦେଇ ନିଜ ନିଜର ମତାମତ, ପରାମର୍ଶ ଓ ଦାବି ଉପସ୍ଥାପନ କରିଥିଲେ। ଜମି ଅଧିଗ୍ରହଣ, କ୍ଷତିପୂରଣ, ଜୀବିକା, ପରିବେଶ ଓ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ମତ ପ୍ରକାଶ ପାଇଥିଲା ବାଦ ପ୍ରତିବାଦ ରେ ସ୍ଥାନୀୟ ଶିକ୍ଷିତ ଏବଂ ଯୋଗ୍ୟତା ଭିତ୍ତିରେ ବ୍ୟକ୍ତିଙ୍କୁ କାରଖାନାରେ ନିଯୁକ୍ତି ଦେବା ପାଇଁ ଦାବୀ ଉପସ୍ଥାନ କରା ଯାଇ ଥିଲା । ଏହି ଜନଶୁଣାଣୀ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଭୁବନେଶ୍ୱର ଏବଂ ଅଧ୍ୟୟନକାରୀ ସଂସ୍ଥା ଅଥର୍ବ ପ୍ଲାନିଂ ଓ ରିସର୍ଚ୍ଚ ସେଣ୍ଟର ପ୍ରାଇଭେଟ୍ ଲିମିଟେଡ୍ର ସୌଜନ୍ୟରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଭିମୁନ୍ୟୁ ମାଝୀ, ଉପଜିଲ୍ଲାପାଳ ତ

