ରାଜଗାଙ୍ଗପୁର 3/7/26,(ଉତ୍କଳ ସମାଚାର)(ସୁବାଷ ବେହେରା) ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ଭାରତ ର ଲାଇନ -2ର ସମ୍ମିଳନୀ କକ୍ଷ ରେ ରାଜଗାଙ୍ଗପୁର ପୋଲିସ ପକ୍ଷରୁ ରାଜ୍ୟ ସ୍ତରୀୟ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l ଏହି କାର୍ଯ୍ୟକ୍ରମ ଟେ ପଞ୍ଚିମାଞ୍ଚଳ ଡି ଆଇ ଜି ବ୍ରିଜେଶ କୁମାର ରାୟ ସୁନ୍ଦର ଗଡ଼ ଏସ ପି ଅମ୍ରିତା ପାଲ କୌର ରାଉରକେଲା ଏସ ପି ନିତେଶ ୱାଧୱାନୀ କେନ୍ଦୁଝର ଏସ ପି ନୀତିଶ ଡି କୁଶାଳକାର ଏବଂ ଝାରସୁଗୁଡା ଏସ ପି ଜି ଆର ରାଘବେନ୍ଦ୍ର ସ୍ଥାନୀୟ ପୋଲିସ ପ୍ରଶାସନ ଅଧିକାରୀ ରାଜଗାଙ୍ଗପୁର ବରିଷ୍ଠ ନାଗରିକ ବୁଦ୍ଧିଜୀବୀ ବୃନ୍ଦ ଏହି ବୈଠକ ରେ ଯୋଗ ଦେଇ ଥିଲେ l ଆଗାମୀ ଯୁବ ପିଢିଙ୍କୁ ସୁସ୍ଥ ଜୀବନ ଶୈଳୀ କୁ ଗ୍ରହଣ କରିବା କୁ ଆହ୍ୱାନ କରି ଥିଲେ ନିଶା ଠାରୁ ସମ୍ପୂର୍ଣ ଦୂରତ୍ୱ ଅବଲମ୍ବନ କରିବା ନିଶା ଏକ ଅସ୍ଥାୟୀ ଆକର୍ଷଣ କରି ଶେଷରେ ଭବିଷ୍ୟତ କୁ ଅନ୍ଧାର ଭିତର କୁ ଟାଣି ନେଇଥାଏ l ନିଶା ଠାରୁ ସମ୍ପୂର୍ଣ ଦୂର ରେ ରହିବା ପାଇଁ ଉପସ୍ଥିତ ପ୍ରଶାସନ ଅଧିକାରୀ ମାନେ ଉପଦେଶ ପ୍ରଦାନ କରିଥିଲେ l ଉପସ୍ଥିତ ପ୍ରଶାସନ ଅଧିକାରୀ କର୍ମଚାରୀ ସାମାଜିକ କର୍ମୀ ଛାତ୍ର ଏବଂ ନାଗରିକ ମାନେ ଏକ ନିଶା ମୁକ୍ତ ସମାଜ ଗଠନ ପାଇଁ ସମୂହିଁକି ଶପଥ ନେଇଥିଲେ l ଉପସ୍ଥିତ ପ୍ରଶାସନ ପୋଲିସ ଅଧିକାରୀ ଡାଲମିଆ ସିମେଣ୍ଟ ର କାର୍ଯ୍ୟ ନିର୍ବାହୀ ନିଁର୍ଧେଶକ ଚେତନ ଶ୍ରୀଵାତ୍ସବ ସାମୁହିକ କାରଖାନା ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ଯାଇଥିଲା l ଏହି ଅବସରରେ ଜବତ ହୋଇଥିବା 2196କେଜି ଗଂଜେଇ ହିରୋଇନ 252ଗ୍ରାମ ବ୍ରାଉନ ସୁଗର 15,85ଗ୍ରାମ ପୋଡା ଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ଅବକାରୀ ବିଭାଗ ଏବଂ ବନ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ lଏହି କାର୍ଯ୍ୟକ୍ରମ ସୌଜନ୍ୟରେ ଡାଲମିଆ ସିମେଣ୍ଟ ପରିସର ରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଭିମୁନ୍ୟୁ ମାଝୀ, ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା, ଜମି ଅଧିଗ୍ରହଣ ଅଧିକାରୀ ଜୟପ୍ରକାଶ କୁଜୁର ,ବିଡିଓ ଗୋପୀନାଥ ଖାଖା, ତହସିଲଦାର ଶ୍ଵାସ୍ୱତ ରଞ୍ଜନ ଦାଶ ,ଏନସିଡିଏସ୍ ପ୍ରତିନିଧି ସବ୍ୟସାଚୀ ଅମିତାଭ ,ଏନସିଡିଏସ୍ ପ୍ରତିନିଧି ଅକ୍ଷୟ କୁମାର ପରିଡା ପରିଡ଼ା, ଅତିରିକ୍ତ ତହସିଲଦାର ସଞ୍ଜୀବ ତିର୍କୀ ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ରାଜଗାଙ୍ଗପୁର ବିଧାୟକ ଡ଼. ସି.ଏସ୍. ରାଜେନ ଏକ୍କା, କନ୍ଦେଇମୁଣ୍ଡା ସରପଞ୍ଚ ସୁଧିର ମିଞ୍ଜ ପୂର୍ବତନ ସରପଞ୍ଚ ଅଗଷ୍ଟିନ ମିଞ୍ଜି ସମେତ ବହୁ ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଶେଷରେ ଏଡିଏମ୍ ସୁନ୍ଦରଗଡ଼ କହିଥିଲେ ଯେ, ଜନଶୁଣାଣୀରେ ଗ୍ରାମବାସୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ମତାମତ ଓ ପରାମର୍ଶକୁ ସାମାଜିକ ପ୍ରଭାବ ଆକଳନ ଏସ୍ ଆଇଏ ରିପୋର୍ଟରେ ସ୍ଥାନ ଦିଆଯିବ ଏବଂ ସରକାରୀ ନିୟମାନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିଵ ବୋଲି ମତ ବ୍ୟକ୍ତ କରିଥିଲେ l ଶାନ୍ତି ଶୃଙ୍ଖଳା ପାଇଁ ସୁନ୍ଦରଗଡ଼ ଅତିରିକ୍ତ ଏସ ପି ପି କେ ମିଶ୍ର ମହେନ୍ଦ୍ର କୁମାର ମୁର୍ମୁ ରାଜଗାଙ୍ଗପୁର ଏସ ଡି ପିଓ ବିଭୁତି ଭୂଷଣ ଭୋଇସାଇବର ଡି ଏସ ପି ରାଜେନ୍ଦ୍ର କୁମାର ସିଅ କୁତ୍ରା ଥାନା ପ୍ରଭାରୀ ଲୋକେଶ କୁମାର ସାହୁ ବଡ଼ଗାଁ ଥାନା ପ୍ରଭାରୀ ଦୀନେଶ କୁମାର ପଟ୍ଟା ଏସ ଆଇ ଦମୟନ୍ତୀ ମାହାତୋ ଲିଲି ସ୍ୱାଇଁ 5ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିବା ଜଣା ଯାଇଛି

